ମିଛ କହିବା କଳା କେବଳ ମୋଦି ଜୀ ଏବଂ ଭାଜପାକୁ ଆସେ: ତେଜସ୍ବୀ ଯାଦବ

ପାଟନା : ସରଗରମ ରହିଛି ବିହାର ରାଜନୀତି । ବିଜେପି ଠାରୁ ସରକାର ଭାଙ୍ଗି ବିହାରରେ ପୁଣି ଥରେ ନୂଆ ସରକାର ଗଠନ ହୋଇଛି । ଅଷ୍ଟମଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ, ବିରୋଧୀ ଦଳର ନେତା ଥିବା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ତେଜସ୍ବୀ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଟନା ଗସ୍ତ ସମୟରେ ପାଟନା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମାନ୍ୟତା ଦେବାକୁ ନୀତୀଶ ଜୀ ଅନୁରୋଧ କରିଥିଲେ। କିନ୍ତୁ ଏହା ଗ୍ରହଣ କରାଯାଇ ନ ଥିଲା। ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି ଏପର୍ଯ୍ୟନ୍ତ ମିଳିନାହିଁ। ମିଛ କହିବା କଳା କେବଳ ମୋଦି ଜୀ ଏବଂ ଭାଜପାକୁ ଆସେ। ଅନ୍ୟ ରାଜ୍ୟରେ ଭାଜପା ଯେଉଁ ଭୟଭୀତ ନୀତି ଗ୍ରହଣ କରିଛି ତାହା ବିହାରରେ ଲାଗୁ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଠାରେ ତାହା ସଫଳ ହୋଇ ନ ଥିଲା।

ତେଜସ୍ବୀ ଆହୁରି ମଧ୍ୟ କହିଛନ୍ତି,ଆମେ କେବଳ ପ୍ରତିଶ୍ରୁତି ଦେବାରେ ନୁହେଁ, ତାହାକୁ ପାଳନ କରିବାରେ ବିଶ୍ୱାସ କରୁ। ଲୋକଙ୍କୁ ଚାକିରି ଯୋଗାଇବା ଆମର ପ୍ରାଥମିକତା। ବିହାରର ଲୋକମାନେ ଆମକୁ କ୍ଷମତାରେ ଚାହୁଁଥିଲେ ଏବଂ ଆମେ ଫେରି ଆସିଛୁ।

ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି । ତେବେ ସରକାର ଗଢ଼ିବା ପରେ ଏବେ ବିଜେପି ଟାର୍ଗେଟ କରିବାରେ ଲାଗିଛି ।

Related Posts