ରାଜ୍ୟସଭାରେ ଦରଦାମ ବୃଦ୍ଧି ଓ GST ପ୍ରସଙ୍ଗରେ କଂଗ୍ରେସ ସାଂସଦଙ୍କ ହଟ୍ଟଗୋଳ, ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ସଂସଦ ର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ରାଜ୍ୟସଭା ରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଅଧିବେଶନ ଆରମ୍ଭରୁ କଂଗ୍ରେସର ସାଂସଦ ମାନେ ଗୃହ ମଧ୍ୟ ଭାଗକୁ ଯାଇ ଦେଶରେ ବଢୁଥିବା ଦରଦାମ ଓ GST ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଏହାପରେ ରାଜ୍ୟସଭାର ଅଧକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗୃହକୁ ଆଜି ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ।

ତେବେ ଆଜି ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ପରେ ପ୍ରଥମେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଓ ଅନ୍ୟ ଦିବଂଗତ ବିଶ୍ୱନେତା ଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ନୂତନ କରି ଗୃହକୁ ଆସିଥିବା ସଦସ୍ୟ ଙ୍କୁ ଶପଥ ପାଠ କରାଯାଇଥିଲା। ଏହାର ଠିକ୍ ପରେ କଂଗ୍ରେସର ସାଂସଦ ମାନେ ଗୃହରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଥିଲା।

ସେହିପରି ରାଷ୍ଟ୍ରପତି ନିର୍ବାଚନ ରେ ସାଂସଦ ମାନେ ଭୋଟ ଦେବାକୁ ଥିବାରୁ ଲୋକସଭାକୁ ମଧ୍ୟ ବାଚସ୍ପତି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

Related Posts