ଆରପାରିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋ

ନୂଆଦିଲ୍ଲୀ: ଆରପାରିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋ । ଅଗଷ୍ଟ ୨୭ତାରିଖ ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଇଟାଲୀରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଏହି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଅଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ଖବର ବିଷୟରେ ଜଣାଇ ଟ୍ବିଟ କରିଛନ୍ତି। ଟ୍ବିଟରେ ସେ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଅଗଷ୍ଟ ୨୭, ୨୦୨୨ରେ ଇଟାଲୀରେ ଥିବା ତାଙ୍କ ଘରେ ଦେହାନ୍ତ ହୋଇଛି। ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ତେବେ କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରିବାକୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ଡକାଯିବାରୁ ଏଥିରେ ଉପସ୍ଥିତ ରହିପାରି ନଥିଲେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଏହି କାରଣରୁ ବୈଠକକୁ ଭର୍ଚୁଆଲ ମୋଡରେ କରାଯାଇଥିଲା। ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିବା ବେଳେ ଦଳର ଜରୁରୀ ବୈଠକ ସମୟରେ ବିଦେଶ ଯିବା କ’ଣ ଜରୁରୀ ଥିଲା ବୋଲି ପ୍ରଶ୍ନ କରିଥିଲେ। ଏବେ ଏହି ଖବର ସାମ୍ନାକୁ ଆସିବା ପରେ ବିରୋଧୀଙ୍କୁ ସେମାନଙ୍କ ପ୍ରଶ୍ନର ଜବାବ ମିଳିଛି। ମା’ଙ୍କ ଅସୁସ୍ଥତା କାରଣୁ ୩ଜଣ ଇଟାଲୀ ଯାଇଥିବା ସାମ୍ନାକୁ ଆସିଛି।

Related Posts