ଅପରେଶନ ଲୋଟସର ଯାଞ୍ଚ ଦାବି; ସିବିଆଇ ଅଫିସ ଆଗରେ ଧାରଣା ଦେଲେ ଆପ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ବନାମ୍ ବିଜେପିର ଯୁଦ୍ଧ ଏବେ ଆଉ ଏକ ପାଦ ଆଗକୁ ଯାଇଛି । ବିଭିନ୍ନ ରାଜ୍ୟରେ ଅପରେଶନ ଲୋଟସ କରି ବିଜେପି ସରକାର ଭାଙ୍ଗିଥିବା ଅଭିଯୋଗ କରିଛି ଆପ୍ । ଏହି କ୍ରମରେ ଯେଉଁ ଯେଉଁ ରାଜ୍ୟରେ ବିରୋଧୀଙ୍କ ସରକାର ଭାଙ୍ଗି ବିଜେପି ସରକାର କରିଛି ତାହାର ଯାଞ୍ଚ ଦାବି କରିଛି ଆପ୍ ।ଏନେଇ ଆପର କିଛି ବରିଷ୍ଠ ନେତା କିଛିଦିନ ହେବ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିବାକୁ ଚାହୁଁଥିଲେ । ହେଲେ ସେମାନଙ୍କୁ ଭେଟିବାକୁ ସିବିଆଇ ନିର୍ଦ୍ଦେଶକ ସମୟ ନଦେବାରୁ ଆଜି ଆପ୍ ର ବିଧାୟକମନେ ସିବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ ଆଣିଛନ୍ତି ଯେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ଭାଙ୍ଗିବା ପାଇଁ ବିଜେପି ଅପରେଶନ ଲୋଟସ ଚଳାଇଥିଲା । ଏହି କ୍ରମରେ ବିଜେପି ତରଫରୁ ଆପ୍ ବିଧାୟକ ମାନଙ୍କୁ କିଣିବାକୁ ୨୦ କୋଟି ଲେଖାଏଁ ଅଫର ଦେଇଥିବା ମଧ୍ୟ କିଛି ଆପ୍ ବିଧାୟକ ଗଣମାଧ୍ୟମ ଆଗରେ କହିଥିଲେ । କେଜ୍ରିୱାଲ କହିଛନ୍ତି କି ଦିଲ୍ଲୀରେ ବିଜେପିର ଅପରେଶନ ଲୋଟସ ଫେଲ ହୋଇଛି ହେଲେ ଅନ୍ୟ ରାଜ୍ୟମାନଙ୍କରେ ହୋଇଥିବା ଅପରେଶନ ଲୋଟସର ସିବିଆଇ ଯାଂଚ କରିବାକୁ କେଜ୍ରିୱାଲ ଦାବି କରିଛନ୍ତି । ଏନେଇ ଆଜି ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାରଣା ଦିଆଯାଇଛି ।

Related Posts