କଂଗ୍ରେସକୁ ମେଣ୍ଟ ରାଜନୀତି ପୂରା ଆକ୍ରମଣାତ୍ମକ ଭାବେ କରିବା ଉଚିତ୍: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ପୁଣିଥରେ ଛିଡ଼ା ହେବା ପାଇଁ ପ୍ରୟାସ ଚଳାଇଛି । ଏନେଇ ପ୍ରଶାନ୍ତ କିଶୋର ଏଦଂ କଂଗ୍ରେସ ହାଇକମାଣ୍ଡ ଓ ନେତାଙ୍କ ମଧ୍ୟରେ ଅନେକ ବୈଠକ ହୋଇ ସାରିଛି। ଏହି ସମୟରେ ପ୍ରଶାନ୍ତ କିଶୋର କଂଗ୍ରେସର ପୁନରୁଦ୍ଧାର ପାଇଁ ଅନେକ ପ୍ରସ୍ତାବ ପ୍ରେଜେନଟେସନ ଜରିଆରେ ଦେଇଛନ୍ତି। ଏହା ମଧ୍ୟରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଏହା ଯେ, ଗାନ୍ଧୀ ପରିବାରର ତ୍ରିମୂର୍ତ୍ତି କୁହାଯାଉଥିବା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରୁ କେହି ହେଲେ କଂଗ୍ରେସର ଅଧ୍ୟକ୍ଷ ପଦରେ ନରୁହନ୍ତୁ। ଏହାରି ପରିବର୍ତ୍ତେ ଗାନ୍ଧୀ ପରିବାର ବାହାରୁ କୌଣସି ନେତା ଦଳର ନେତୃତ୍ଵ ନିଅନ୍ତୁ। ଏମିତିରେ ପ୍ରଶ୍ନ ଉଠୁଛି ଏହି ତିନି ନେତାଙ୍କ ଦଳରେ ଭୂମିକା କଣ ରହିବ ? ସୂତ୍ର ମୁତାବକ ପିକେ ପ୍ରସ୍ତାବ ଦେଇଛନ୍ତି ଯେ, ସୋନିଆ ଗାନ୍ଧୀ ୟୁପିଏମର ଅଧ୍ୟକ୍ଷ ପଦରେ ରୁହନ୍ତୁ।

ରାହୁଲ ଗାନ୍ଧୀ ସଂସଦୀୟ ବୋର୍ଡର ନେତା ଏବଂ ପ୍ରିୟଙ୍କା ଗାନ୍ଧୀ ସାଧାରଣ ସଂପାଦକ ସମନ୍ଵୟ ଦାୟିତ୍ଵ ସମ୍ଭାଳନ୍ତୁ। ସେ ଏହା ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, କଂଗ୍ରେସକୁ ମେଣ୍ଟ ରାଜନୀତି ପୂରା ଆକ୍ରମଣାତ୍ମକ ଭାବେ କରିବା ଉଚିତ୍। କଂଗ୍ରେସକୁ ପୂର୍ବ ଏବଂ ଦକ୍ଷିଣରେ ୨୦୦ ସିଟ୍ ଉପରେ ଫୋକସ୍ କରିବା ଉଚିତ୍। ଏହି ସବୁ ସିଟଗୁଡିକରେ ବିଜେପିର ଅଧିକ ପ୍ରଭାବ ନାହିଁ। କେବଳ ଏତିକି ନୁହେଁ ପ୍ରଶାନ୍ତ କିଶୋର କଂଗ୍ରେସକୁ ନିଜର ତୃଣମୂଳସ୍ତରକୁ ଫେରିବାକୁ ପଡିବ। ଜିଲ୍ଲାସ୍ତରରେ ନୂତନ ଅଧ୍ୟକ୍ଷ ପ୍ରସ୍ତୁତ କରିବା ଉଚିତ୍। କଂଗ୍ରେସକୁ ନିଜର ଯୋଗାଯୋଗ ଶୈଳୀକୁ ବଦଳାଇବାକୁ ପଡିବ। ଏପରିକି କିଛି ନାରା ମଧ୍ୟ କଂଗ୍ରେସକୁ ଦେଇଛନ୍ତି ପିକେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts