ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା: CBI ତଦନ୍ତ ଦାବିରେ ରାଜଭବନ ସମ୍ମୁଖରେ ଧାରଣାରେ ବସିଲା କଂଗ୍ରେସ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ରାଜଭବନ ଘେରାଉ କଲା କଂଗ୍ରେସ । ପିସିସି ସଭାପତିଙ୍କ ନେତୃତ୍ୱରେ ବହୁ କର୍ମୀ ଓ ନେତା ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପିଇଓ  ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ 15 ଦିନ ବିତି ଯାଇଥିଲେ ବି ଏଯାଏ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏବେବି ତାଙ୍କ ମୃତ୍ୟ ରହସ୍ୟ ଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହାର ସିବିଆଇ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି  । ଏହା ସହ ସ୍ମିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରାଯାଇଛି । ଗତ 16 ତାରିଖରେ ପିଇଓ ସ୍ମିତାରାଣୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ବିଭିନ୍ନ ଆଡ଼ୁ ସମାଲୋଚନା କରାଯାଇଥିଲା ।

ଯାଜପୁର ଏସ୍‌ପିଙ୍କୁ ବିରୋଧୀମାନେ ଘେରିଥିଲୋ ।  ଶେଷରେ ପୋଲିସ ରୂପେଶଙ୍କୁ ଗିରଫ କରିଥିଲା । ରୂପେଶଙ୍କ ସହ ସ୍ମିତାଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ଏସ୍‌ପି କହିଥିଲେ । ଯାହାକୁ ନେଇ ପ୍ରଥମେ କଂଗ୍ରେସ ବିରୋଧ କରି ଧର୍ମଶାଳାରେ ଏକ ରାଲି କରି ପ୍ରତିବଦ କରିଥିଲା ପରେ 12 ଘଣ୍ଟଇଆ ଜିଲ୍ଲା ବନ୍ଦ କରିଥିଲା ବିଜେପି ।

Related Posts