ପାକିସ୍ତାନ: ଟ୍ରେନ୍‌ରେ ନିଆଁ ଲାଗି 65 ମୃତ

ପାକିସ୍ତାନ: କରାଚିରୁ ଲାହୋର ଯାଉଥିବା କରାଚି-ରାଓ୍ଵଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ୍‌ର ୩ଟି ବଗିରେ ଅଗ୍ନିକାଣ୍ଡ । ୬୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା । ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଟ୍ରେନ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି । ପଞ୍ଜାବ ପ୍ରଦେଶର ଲିଆକତ୍‌ପୁର ଅନ୍ତର୍ଗତ ରହିମ ୟାର୍‌ ଖାଁ ନିକଟରେ ଆଜି ଭୋର ସମୟରେ ନିଆଁ ଲାଗିଯାଇଥିଲା । ଏହି ତିନୋଟି ବଗିରେ ସମୁଦାୟ ୨୦୭ ଜଣ ଯାତ୍ରୀ ଥିଲେ ।  ନିଆଁରେ ପୋଡ଼ି ଦୁଇଟି ଇକୋନମି କ୍ଲାସ୍‌ ଏବଂ ଗୋଟିଏ ବିଜ୍‌ନେସ୍‌ କ୍ଲାସ୍‌ କ୍ୟାରେଜ୍‌ ନଷ୍ଟ ହୋଇଯାଇଛି । ସେଗୁଡ଼ିକୁ ଟ୍ରେନ୍‌ରୁ ଅଲଗା କରାଯାଇଛି । ନିଆଁରୁ ଦାଉରୁ ରକ୍ଷା ପାଇବା ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଅଧିକାଂଶ ଯାତ୍ରୀ ପ୍ରାଣ ହରାଇଛନ୍ତି । ଆହତଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଛି ।  ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Posts