ଫ୍ରି ବିଜୁଳି ଓ ବେକାରି ଭତ୍ତା ଦେବାର ଘୋଷଣା ପରେ କେଜ୍ରେିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଦେଶରେ ବର୍ତ୍ତମାନ ନିର୍ବାଚନକୁ ନେଇ ସମସ୍ତ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରୁଥିବା ବେଳେ ଆଉ କିଏ ନିର୍ବାଚନକୁ ଦୃଷ୍ଟିରେ ବିଭିନ୍ନ ଘୋଷଣା କରୁଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ଗସ୍ତ ସମୟରେ ମାଗଣା ବିଜୁଳି ଓ ବେକାରୀଙ୍କୁ ଚାକିରୀ ଦେବାର ଘୋଷଣା କରିଥିଲେ । ଏ କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଥିଲା । କେଜ୍ରିୱାଲଙ୍କ ଏହି ଘୋଷଣା ପରେ ଆପ ମୁଖ୍ୟଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ତେବେ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡ ଗସ୍ତ କରିଥିଲେ ।

ଏବଂ ଏହି ଗସ୍ତରେ ଏକ ବଡ଼ ଘୋଷଣା କରିଥିଲେ । ଯଦି ଆପ ଉତ୍ତରାଖଣ୍ଡରେ ସରକାର ଗଠନ କରେ ତାହାଲେ ୧ ଲକ୍ଷ ବେକାର ଯୁବକଙ୍କୁ ୬ ମାସ ମଧ୍ୟରେ ଚାକିରୀ ଦେବ ନଚେତ ପ୍ରତି ମାସରେ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବ । ଏହା କେଜ୍ରିୱାଲଙ୍କ ମିଥ୍ୟା ଗ୍ୟାରେଣ୍ଟି ବୋଲି କଂଗ୍ରେସ ଅଧ୍ୟକ୍ଷ ଅନୀଲ କୁମାର କହିଛନ୍ତି । ଏହା ସହ ଗତବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଆପ କେବଳ ୪୪୦ଜଣଙ୍କୁ ଚାକିରୀ ଦେଇଥିବା ବେଳେ ଉତ୍ତରାଖଣ୍ଡରେ କିପରି ୧ ଲକ୍ଷ ବେକାର ଯୁବକଙ୍କୁ ଚାକିରୀ ଦେବ ବୋଲି ପ୍ରଶ୍ନ କରିଛନ୍ତି ।

Related Posts