ଆସନ୍ତା ଜାନୁଆରି ୨୬ରୁ ଆରମ୍ଭ ହେବ କଂଗ୍ରେସର ‘ହାଥ ସେ ହାଥ ଯୋଡ଼ ଯାତ୍ରା’

ଭୁବନେଶ୍ୱର୧୮/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁଆରି ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସ ଠାରୁ ଆରମ୍ଭ ହେବ କଂଗ୍ରେସର ‘ହାଥ ସେ ହାଥ ଯୋଡ଼ ଯାତ୍ରା’। ଦୀର୍ଘ ଦୁଇ ମାସ ଧରି ଏହି ଯାତ୍ରା ଚାଲିବ । ଏହି ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ। ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ପ୍ରଭାରୀ ଚେଲା କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସର ସଭାପତି ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଗତ ସେପ୍ଟେମ୍ବର ମାସ ୭ ତାରିଖ ଠାରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି। ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ସଂପନ୍ନ ହେବା ପରେ ଏବେ ରାଜସ୍ଥାନରେ ଚାଲିଛି। ଭାରତ ଯୋଡ଼ୋ ଯାତ୍ରା ଏବେ ୧୦୦ ଦିନରେ ପହଁଚିଥିବାବେଳେ ୨୮୦୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା ଏହି ଯାତ୍ରା ଶ୍ରୀନଗରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି।

Related Posts