ଶଶିକଳାଙ୍କ ସହ ଯୋଗାଯୋଗ କରିବା ମହଙ୍ଗା ପଡ଼ିଲା, ୧୬ ପଦାଧିକାରୀଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ଭି କେ ଶଶିକଳାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ଏକ ଟୁଇଷ୍ଟ୍ ଦେଖିବାକୁ ମିଳିଛି। ଶଶିକଳାଙ୍କ ସହ କଥା ହୋଇଥିବେ ଅଭିଯୋଗରେ ଏଆଇଏଡିଏମକେ(ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମନ୍ନେତ୍ର କଡଗମ) ସୋମବାର ଦିନ ପାର୍ଟିର ୧୬ ପଦାଧିକାରୀଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ସୂଚନା ମିଳିଛି। ଦଳର ମୁଖପାତ୍ର ଭି ପୁଗାଝେନ୍ଦି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ଭି କେ ଶଶିକଳାଙ୍କ ସମ୍ପର୍କରେ ଥିବା ନେଇ ଅଭିଯୋଗ ହୋଇଥିଲା। ୧୬ ନେତା ଦଳ ବିରୋଧୀ ଗତିବିଧିରେ ସାମିଲ ଥିବାରୁ ଦଳରୁ ସେମାନଙ୍କୁ ବହିଷ୍କାର କରାଯାଇଛି ବୋଲି ମୁଖପାତ୍ର ଭି ପୁଗାଝେନ୍ଦି କହିଛନ୍ତି । ଏଆଇଏଡିଏମକେର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସୋମବାର ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଆହୁରି ଅନେକ ଲୋକଙ୍କ ପାଇଁ ଏକ ସଙ୍କେତ । ସେ କହିଛନ୍ତି ଯଦି ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ଦଳର କିଛି ନେତା ମଧ୍ୟ ଶଶିକଳାଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଦଳର କିଛି ନେତା କିମ୍ବା କ୍ୟାଡର ଶଶିକଳା କ୍ୟାମ୍ପରେ ସାମିଲ ହୁଅନ୍ତି ତେବେ ଏହା ଦ୍ଵାରା ଦଳର କୌଣସି କ୍ଷତି ହେବ ନାହିଁ । କିନ୍ତୁ ଏହା ଏଆଇଏଡିଏମକେ ନେତୃତ୍ୱ ପାଇଁ ଲଜ୍ଜାଜନକ ବିଷୟ ହେବ ବୋଲି ସେ କହିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଦଳର ପୁରା କ୍ୟାଡର ଓ ନେତା ଶଶିକଳା କ୍ୟାମ୍ପରେ ସାମିଲ ନହୁଅନ୍ତି ସେତେବେଳ ପର୍ଯ୍ୟନ୍ତ ଦଳ ପ୍ରଭାବିତ ହେବ ନାହିଁ। ମେ ମାସରେ ଶଶିକଳାଙ୍କ ଏକ ଅଡିଓ ଟେପ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଭାଇରାଲ ଅଡିଓ ଟେପ୍ ରେ ସେ ପୁଣି ଥରେ ଦଳର ନେତୃତ୍ୱ ନେବେ ବୋଲି ଶୁଣିବାକୁ ମିଳିଥିଲା । ତେବେ ଏଆଇଏଡିଏମକେ ନେତାମାନେ ଆନୁଷ୍ଠାନିକ ଭାବରେ ଏହାକୁ ଅସ୍ୱୀକାର କରିଥିଲେ। ସେମାନେ ଏହାକୁ ଏକ “ରାଜନୈତିକ ଡ୍ରାମା” ବୋଲି କହିଥିଲେ। ”।

Related Posts