ଜୟ ଶ୍ରୀ ରାମ ନ କହିବାରୁ ମୁସଲିମ୍ ବୃଦ୍ଧଙ୍କୁ ମାଡ ମାରି ଦାଢି କାଟିଦେଲେ ଚରମପନ୍ଥୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ଲୋନି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ମୁସଲିମ୍ ବୃଦ୍ଧଙ୍କୁ ଜୟ ଶ୍ରୀ ରାମ ନକହିବାରୁ ମାଡ ମାରି ତାଙ୍କ ଦାଢି କାଟି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସର ସୂଚନାନୁସାରେ ଘଟଣା ହେଉଛି ଜୁନ୍ ୫ ତାରିଖର। ଆକ୍ରମଣର ଶିକାର ହୋଇଥିବା ମୁସଲିମ୍ ବ୍ୟକ୍ତିଙ୍କ ନାମ ହେଉଛି ଅବଦୁଲ ସମଦ। ଅବଦୁଲ ଅଭିଯୋଗ କରିଛନ୍ତି ଯେ, “ ମୁଁ ଲୋନି ସୀମା ନିକଟରେ ଏକ ଅଟୋରେ ଯାଉଥିଲି। କିଛି ବାଟ ଯିବା ପରେ ମୋ ପାଖରେ ବସିଥିବା ଦୁଇ ଜଣ ବ୍ୟକ୍ତି ମୋ ପାଖକୁ ଆସିଥିଲେ। ସେମାନେ ମୋତେ ଅଟୋରୁ ଟେକି ନେଇ ଗୋଟିଏ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଏବଂ ସେଠାରେ ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ। ମୋତେ ଛାଡି ଦେବା ପାଇଁ ମୁଁ ସେମାନଙ୍କୁ ନେହୁରା ହେଲି। ସେମାନେ ମୋତେ ପଚାରିଲେ ଯେ ମୁଁ ଆଲ୍ଲାହାଙ୍କ ନାମ କାହିଁକି ନେଉଛି। ତା ପରେ ସେମାନେ ମୋତେ ବାରମ୍ବାର ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରିଥିଲେ। ସେମାନେ ମାରଣାସ୍ତ୍ରରେ ମୋ ପିଠିକୁ ପିଟିଥିଲେ ଏବଂ ମୋତେ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରିଥିଲେ। ମୁଁ ସେହି ଯନ୍ତ୍ରଣା ସହ୍ୟ କରି ପାରୁନଥିଲି। ସେମାନେ ଏକ କଇଁଚି ଆଣି ମୋ ଦାଢି କାଟିଦେଲେ । ଏହାର ଭିଡିଓ ରେକର୍ଡିଂ କଲେ , ଏଭଳି ପ୍ରାୟ ଚାରି ଘଣ୍ଟା ଧରି ଆକ୍ରମଣ କରିବା ପରେ ସେମାନେ ମୋତେ ଛାଡି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସର ସୂଚନା ମୁତାବକ ଗାଜିଆବାଦର ଲୋନିର ୫ ଜଣ ହିନ୍ଦୁ ଚରମପନ୍ଥୀ ଅବଦୁଲ ସମଦଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଗାଜିଆବାଦର ବାସିନ୍ଦା ପ୍ରବେଶ ଗୁଜର ବୋଲି ଜଣାପଡିଛି। ଗାଜିଆବାଦର ଏସପି ଗ୍ରାମୀଣ ଡ ଇରାଜ ରାଜ କହିଛନ୍ତି ଏହି ଘଟଣାରେ ଏଫ୍ଆଇଆର୍ ଦାଖଲ ହୋଇସାରିଛି ଏବଂ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥାବାର୍ତ୍ତା କରି ଉକ୍ତ ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି ଯେ, “ମେ ୧୯ ରେ ପରିବାରରେ ଜଣକ ମୃତ୍ୟୁ ଘଟିଥିଲା। ରମଜାନ ହେତୁ ସେ ଯାଇପାରିନଥିଲେ । ତେଣୁ ସେଦିନ (ଜୁନ୍ ୫) ଯିବା ସ୍ଥିର କଲେ । ଦ୍ବିପ୍ରହର ପ୍ରାୟ ୨.୩୦ ସମୟରେ ଏକ ଅଟୋରେ ସେ ବସିଥିଲେ। ଆଟୋରେ ବସିଥିବା ଲୋକ ମାନେ ତାଙ୍କୁ କେନାଲ ମାର୍ଗରେ ଛାଡିଦେବେ। ସେ ଏକୁଟିଆ ଥିଲି , ଏହା ପରେ ସେମାନେ ତାଙ୍କୁ ଏକ ଜଙ୍ଗଲ ଭିତରକୁ ନେଇ ମାଡ଼ ମାରିବା ସହ ମୁସଲିମ ମାନଙ୍କ ପାଖକୁ ଏକ ସନ୍ଦେଶ ପଠାଇବାକୁ ପଡିବ ବୋଲି ସେ କହିଥିଲେ ।

Related Posts