ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନଙ୍କୁ ବଡ ଝଟକା : ଦାଦା ପଶୁପତି ହେଲେ ସଂସଦୀୟ ଦଳ ନେତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାର ରାଜନୀତିରେ ଗତ ଦୁଇଦିନ ଧରି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ବିରୋଧରେ ନିଜ ଦାଦା ପଶୁପତି ପାରସଙ୍କ ସମେତ ଦଳର ଆଉ ୫ ଜଣ ବିଧାୟକ ବିଦ୍ରୋହ କରିଦେଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଥିଲା। ତେବେ ଏସବୁ ମଧ୍ୟରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଏକ ବଡ ଝଟକା ଲାଗିଛି । ଚିରାଗଙ୍କ ଦାଦା ପଶୁପତି ପାରସ ଶେଷରେ ଏଲଜେପିର ସଂସଦୀୟ ଦଳ ନେତା ଭାବେ ଚୟନ ହୋଇଛନ୍ତି । ଦଳର ୬ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ସାସଂଦ ପଶୁପତି ପାରସଙ୍କୁ ସଂସଦୀୟ ଦଳର ନେତା ଭାବରେ ଚୟନ କରିବାକୁ ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ଏଲଜେପି ସାଂସଦଙ୍କ ଦାବିକୁ ଗ୍ରହଣ କରି ସୋମବାର ଦିନ ପଶୁପତି ପାରସଙ୍କୁ ଏହି ମାନ୍ୟତା ଦେଇଛନ୍ତି । ଏହାପୂର୍ବରୁ ଚିରାଗ ପାସୱାନ ସଂସଦୀୟ ଦଳର ନେତା ଥିଲେ। ଏହାପୂର୍ବରୁ ଏଲଜେପିର ବିଦ୍ରୋହୀ ସାଂସଦ ଜେଡିୟୁରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

Related Posts