ଟିପୁ ସୁଲତାନଙ୍କ ସ୍ଥାନକୁ ନେଇ ବିବାଦ: ମନ୍ଦିର ଭାଙ୍ଗି ତା ଉପରେ ଟିପୁ ସୁଲତାନ କିଲା ନିର୍ମାଣ ହୋଇଥିବା ହିନ୍ଦୁ ଜାଗ୍ରୁତି ସମିତି ପକ୍ଷରୁ ଅଭିଯୋଗ

ବେଙ୍ଗାଲୁରୁ: ଜ୍ଞାନବାପୀ ମସ୍‌ଜିଦ୍‌ ପରେ ଏବେ ଟିପୁ ସୁଲତାନଙ୍କ ସ୍ଥାନକୁ ନେଇ ବିବାଦ ମୁଣ୍ଡ ଟେକିଲାଣି । ଏବେ ଜ୍ଞାନବାପୀ ମସ୍‌ଜିଦ୍‌ ମାମଲା ବିଚାରାଧୀନ ଥିବା ବେଳେ, ମନ୍ଦିର ଭାଙ୍ଗି ତା ଉପରେ ଟିପୁ ସୁଲତାନ କିଲା ନିର୍ମାଣ କରିଥିବା ଅଭିଯୋଗ କରିଛି ହିନ୍ଦୁ ଜାଗ୍ରୁତି ସମିତି।

ସମିତିର ପ୍ରବକ୍ତା ମୋହନ ଗୌଡା ଗୁରୁବାର(ମେ ୨୬) ଏହି ସ୍ଥାନରେ ସର୍ଭେ କରିବାକୁ ଦାବି କରିଛନ୍ତି। ଜ୍ଞାନବାପୀ ମସ୍‌ଜିଦ୍ ଓ କୁତବ ମୀନାରକୁ ନେଇ ଦେଶରେ ବର୍ତ୍ତମାନ ବିବାଦ ଚାଲିଥିବା ବେଳେ ମୋହନ ଗୌଡ଼ା ଏହି ଦାବି କରିଛନ୍ତି।

ସେ କହିଛନ୍ତି ” ଅନେକ ଲୋକ ଟିପୁ ସୁଲତାନଙ୍କ ସ୍ଥାନ ବିଷୟରେ କଥା ହୁଅନ୍ତୁ। ପୂର୍ବରୁ ଏହି ସ୍ଥାନ କୋଟେ ଭେଙ୍କଟରମଣ ସ୍ୱାମୀ ମନ୍ଦିର ଥିଲା। ଟିପୁ ସୁଲତାନଙ୍କ ରାଜୁତି ସମୟରେ ଏହାକୁ ଭାଙ୍ଗିଦିଆଯାଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି ” କିଛି ଲୋକଙ୍କ ମତରେ ଏହି ମନ୍ଦିରରେ ବେଦ ପଢ଼ାଯାଉଥିଲା। ତେଣୁ ହିନ୍ଦୁ ଜାଗ୍ରୁତି ସମିତି ପକ୍ଷରୁ ମୁଁ ଦାବି କରୁଛି ଯେ ଏହି ଜମିକୁ ସର୍ଭେ କରାଯାଉ ଓ ଏହାର ପ୍ରକୃତ ହକ୍‌ଦାରକୁ ଜମି ଫେରାଇ ଦିଆଯାଉ।”

ସୂଚନା ଥାଉକି ୧୬ ଶହ ଶତାବ୍ଦୀ ବେଳକୁ ଭେଙ୍କଟରମଣ ସ୍ୱାମୀ ମନ୍ଦିରକୁ ଚିକ୍କାଦେଭରାଜ ୱାଦେୟର ନିର୍ମାଣ କରାଇଥିଲେ। ପରେ ଟିପୁ ସୁଲତାନ ସେଠାରେ ତାଙ୍କ ଘର ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

Related Posts