ଶ୍ରୀମନ୍ଦିରରେ ପୁଣି ଅଘଟଣ: ଗରମ ଡାଲି ପଡ଼ି ଜଣେ ବୋଝିଆ ଆହତ

ପୁରୀ: ପୁଣି ଶ୍ରୀମନ୍ଦିରରେ ଘଟିଲା ଅଘଟଣ । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ବେଳେ, ଆଜି ଜଣେ ବୋଝିଆ ଆହତ ହୋଇଛନ୍ତି । ଗରମ ଡାଲି ଜଣେ ବୋଝିଆଙ୍କ ଉପରେ ପଡ଼ିଯାଇଛି । ଫଳରେ ତାଙ୍କର ଗୋଡ ପୋଡିଯାଇଛି । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଆହତ ବୋଝିଆ ଜଣକ ହେଉଛନ୍ତି ପୁରୀ ସଦର ବିଲାକେରା ଗ୍ରାମର ବିନାୟକ ମହାପାତ୍ର ।

ଆହତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ଗରମ ଡାଲି ପଡିଯିବା ଯୋଗୁ ତାଙ୍କ ଡାହାଣ ପାର୍ଶ୍ଵ ଗୋଡ ପୋଡିଯାଇଛି । ତେବେ ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି । ବାରମ୍ବାର ଭୋଗ ମଣ୍ଡପ ପାହାଚରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହି ପାହାଚକୁ ସୁବ୍ୟବସ୍ଥିତ କରିବା ପାଇଁ ଦାବି କରିଛନ୍ତି ବୋଝିଆ ।

Related Posts