ହସ୍ପିଟାଲ ମାଲିକଙ୍କ ଦ୍ବାରା ଜୋର ଜବରଦସ୍ତି ମହିଳାଙ୍କ ଧର୍ମ ପରିବର୍ତ୍ତନ, ମାମଲା ଦର୍ଜ କଲା ପୋଲିସ

ଭୋପାଳ: ଜଣେ ହିନ୍ଦୁ ମହିଳାଙ୍କୁ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ଅଭିଯୋଗରେ ଶୁକ୍ରବାର ଦିନ ଡାକ୍ତରଖାନାର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି |

ମଧ୍ୟପ୍ରଦେଶ ଫ୍ରିଡମ୍ ଅଫ୍ ଧର୍ମ ଅଧିନିୟମ ଅନୁଯାଇ ଡାକ୍ତରଖାନାର ମାଲିକ ନିହାଲ ଖାନଙ୍କ ବିରୋଧରେ ପ୍ରଥମ ଏଫଆଇଆର ପଞ୍ଜିକୃତ ହୋଇଛି | ଏଥିସହ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ବଳାତ୍କାର ଅଭିଯୋଗ କରାଯାଇଥିବା ସୂଚନା ମିଳିଛି |

ଜଣେ 28 ବର୍ଷୀୟ ହିନ୍ଦୁ ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଖାନ ତାଙ୍କ ମୁସଲମାନ ପରିଚୟ ଲୁଚାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି।

ସେପଟେ ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ ଆରମ୍ଭ କରିଛି |

Related Posts