ଦିଲ୍ଲୀରେ ୨୪ ଘଣ୍ଟାରେ ୪୧୨ ମୃତ, ୨୫ ହଜାର ପଜିଟିଭ

delhi corona 1

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୧୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ଖବର ସାମ୍ନାକୁ ଆସିଛି । ଯାହା କି ପୂର୍ବ ବର୍ଷ ତୁଳନାରୋ ଚଳିତ ବର୍ଷ ସର୍ବାଧିକ ହୋଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା ୧୬,୫୫୯ରେ ପହଁଞ୍ଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୫,୨୧୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୭୪,୫୫୨ରେ ପହଁଞ୍ଚିଛି । ଦିଲ୍ଲୀରେ ବର୍ତ୍ତମାନ ୯୭,୭୪୭ ସକ୍ରିୟ ମାମଲା ରହିଛି । ଅନ୍ୟପଟେ କିଛିଦିନ ପୂର୍ବରୁ ବଟ୍ରା ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ୧୨ ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବ ଦେଖାଦେଉଛି । ଯାହାଫଳରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ୨୪ ଘଣ୍ଟାରେ ମୋଟ ୭୯,୭୮୦ କୋଭିଡ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୩,୨୭୧ଟି ଜଞ-ଚଉଜ ପରୀକ୍ଷା କରାଯାଇଥିବା ବେଳେ ୧୬,୫୦୯ଟି ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ତେବେ ବଢୁଥିବା ସଂକ୍ରମଣ ଓ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ ।

Related Posts