ସିଏମ ସାର ପ୍ଲିଜ ଭେଣ୍ଟିଲେଟର ଥିବା ୫୦ଟି ବେଡ୍ ଦିଅନ୍ତୁ, ସୁନ୍ଦରଗଡ ଲୋକେ ମରିଯିବେ: କୁସୁମ ଟେଟେଙ୍କ ନିବେଦନ

kusum

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟରେ ହଟସ୍ପଟ୍ ପାଲଟି ଥିବା ସୁନ୍ଦରଗଡ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଏପରିସ୍ଥଳେ ୫୦ ଟି ଭେଣ୍ଟିଲେଟର ବେଡ ବ୍ୟବସ୍ଥା ପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ଶ୍ରୀମତି ଟେଟେ କହିଛନ୍ତି, କରୋନାର ଦ୍ୱିତୀୟ ଲହରରେ ସୁନ୍ଦରଗଡ ଏବେ ରାଜ୍ୟର ଅନ୍ୟତମ ବହୁଳ ସଂକ୍ରମିତ ଜିଲ୍ଲା ପାଲଟିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଭେଣ୍ଟିଲେଟର ଶଯ୍ୟା ନଥିବାରୁ ଗୁରୁତର ରୋଗୀଙ୍କୁ ୧୦୦ କିଲୋମିଟର ଦୂର ରାଉରକେଲା କିମ୍ବା ବୁର୍ଲାକୁ ରେଫର କରିଦିଆଯାଉଛି । ଏତେ ଦୂର ଯିବା ବାଟରେ ବହୁ ରୋଗୀଙ୍କ ଜୀବନ ଚାଲିଯାଉଛି । ଅନ୍ୟପଟେ ଏ ସଂକ୍ରାନ୍ତରେ ସିଡିଏମଓଙ୍କ ସହିତ ଆଲୋଚନା କରିବାରୁ ଜଣାପଡିଛି ଯେ ସୁନ୍ଦରଗଡରେ ସ୍ୱାସ୍ଥ୍ୟସେବାର ଅଧିକାଂଶ ଭିତ୍ତିଭୂମି ଥିବାବେଳେ ଭେଣ୍ଟିଲେଟର ସୁବିଧା ନାହିଁ । ଗୁରୁତର କୋଭିଡ ରୋୀଙ୍କ ପାଇଁ ଏହା ଜରୁରୀ ହୋଇଥିବାବେଳେ ତୁରନ୍ତ ଏହାର ବ୍ୟବସ୍ଥା ନହେଲେ ଅଧିକରୁ ଅଧିକ ରୋଗୀଙ୍କ ଜୀବନ ଚାଲିଯିବ ବୋଲି ଶ୍ରୀମତି ଟେଟେ କହିଛନ୍ତି । ତେବେ କରୋନାର ହଟସ୍ପଟ ପାଲଟିଥିବା ସୁନ୍ଦରଗଡରେ ମୋଟ ୧୯୨ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୩୦ ହଜାରରେ ସଂକ୍ରମିତଙ୍କ ସଂଖ୍ୟା ପହଁଞ୍ଚିଲାଣି । ଦ୍ୱିତୀୟ ଲହରୀ ଭୟାବହତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ ଜିଲ୍ଲାରେ ଗତବର୍ଷ ଭଳି ପଞ୍ଚାୟତ ସ୍ତରରେ କୋଭିଡ କେୟାର ସେଣ୍ଟର ଓ ସଂଙ୍ଗରୋଧ କେନ୍ଦ୍ର ତୁରନ୍ତ ଖୋଲିବା ପାଇଁ ଶ୍ରୀମତି ଟେଟେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।

Related Posts