ନୀରଜ ଚୋପ୍ରାଙ୍କୁ କପିଲ ଦେବ ପଚାରିଲେ ବିବାହକୁ ନେଇ କଣ ରହିଛି ଯୋଜନା , ସ୍ୱର୍ଣ୍ଣ ପଦକ ବିଜେତା ଲାଜକୁଳା ହସ ସହିତ ଦେଲେ ଏମିତି ଉତ୍ତର ….

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲମ୍ପିକ୍ସ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଦେଶର ପ୍ରତ୍ୟକ ବ୍ୟକ୍ତି ତାଙ୍କ ପାଇଁ ଗର୍ବ କରୁଛନ୍ତି । ଯେଉଁଥି ପାଇଁ ନୀରଜ ଏବେ ସବୁଆଡେ ଚର୍ଚ୍ଚାରେ ରହିଛନ୍ତି ।ତାଙ୍କର ଏହି ବିଜୟରେ ବହୁ ସେଲିବ୍ରେଟୀ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ହରିୟାଣାର ପାନିପତ୍‌ର ଏକ ଛୋଟ ଗାଁରୁ ଆସିଥିବା ନୀରଜ ଏବେ ଦେଶର କୋଣ ଅନୁକୋଣରେ ଚର୍ଚ୍ଚା ସହ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କ ସହ ଏବିପି ନ୍ୟୁଜ୍ ଜରିଆରେ କଥା ହୋଇଛନ୍ତି କିମ୍ବଦନ୍ତୀ ପୂର୍ବତନ କ୍ରିକେଟର କପିଲ ଦେବ ।

ଏହି ବାର୍ତ୍ତାଳାପ ସମୟରେ ୨୩ ବର୍ଷିୟ ନୀରଜଙ୍କୁ କପିଲ ପଚାରିଥିଲେ ଯେ ଆଗକୁ ବିବାହ ପାଇଁ ତାଙ୍କର କଣ ଯୋଜନା ରହିଛି ? ଏହି ପ୍ରଶ୍ନ ଶୁଣିବା ପରେ ଚୋପ୍ରା ଟିକିଏ ଲାଜେଇ ହସ ଦେଇ କହିଥିଲେ ଯେ ତାଙ୍କର ‘
ସମ୍ପୂର୍ଣ୍ଣ ଧ୍ୟାନ ଏବେ ଖେଳ ଉପରେ। କପିଲ ଦେବଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି “ନା ମୁଁ କ୍ରୀଡା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ବାକି ସବୁ ଚାଲିବ, କିନ୍ତୁ ମୁଁ ବର୍ତ୍ତମାନ କ୍ରୀଡା ଉପରେ ମୋର ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ଚାହୁଁଛି।”

ନୀରଜ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଯେ ସେ ପିଲାଦିନେ ଖୁବ୍ ‘ମୋଟା ଥିଲେ ଏବଂ ତାଙ୍କର ଫିଟନେସ୍ ପରିବାର ପାଇଁ ଚିନ୍ତାର କାରଣ ଥିଲା ଏବଂ ସେଥିପାଇଁ ସେମାନେ ତାଙ୍କୁ ଆଥଲେଟିକ୍ସ ଟ୍ରେନିଂ ନେବାକୁ ପଠାଇଥିଲେ। ସେ କହିଛନ୍ତି ଯେ ଜାଭେଲିନ୍ ଥ୍ରୋ ରେ ସେ ଚାମ୍ପିଅନ୍ ହେବେ ଏହା କେବେବି ସ୍ବପ୍ନରେ ଭାବି ନଥିଲେ।

ସୂଚନାଯୋଗ୍ୟ ଯେ ଶନିବାର ଦିନ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ । କାରଣ ସେ ଦେଶର ପ୍ରଥମ ଖେଳାଳି ହୋଇ ଅଲିମ୍ପିକ୍ସରେ ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ଜିତିଥିଲେ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ସେ ୮୭.୫୮ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ । ଅଭିନଭ ବିନ୍ଦ୍ରାଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଯିଏକି ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Related Posts