ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍: 24 ଘଣ୍ଟା ମଧ୍ୟରେ 20,528 ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରାମିତଙ୍କ ସଂଖ୍ୟା | ପୁଣି ଥରେ କାୟା ମେଲାଉବାରେ ଲାଗିଛି ମହାମାରୀ | କ୍ରମାଗତ ଭାବେ କିଛି ଦିନ ହେଲା ସଂକ୍ରମଣ ବଢିବାକୁ ଲାଗିଛି | ଚତୁର୍ଥ ଦିନରେ ୨୦ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ ।

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 20,528 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । 24 ଘଣ୍ଟାରେ ଦେଶରେ 49 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 17,790 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,43,449କୁ ବୃଦ୍ଧି ପାଇଛି । ଏଯାବତ୍ 4,30,63,651 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,709 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199.98 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 25,59,840 ଜଣଙ୍କୁ ଟିକା ଦିଆଯାଇଛି ।

Related Posts