କରୋନା ବିରୋଧୀ ଲଢେଇ: ଖୁବଶୀଘ୍ର ଦେଶରେ ୨୦୦ କୋଟି ପାର କରିବ ଟୀକାକରଣ

ନୂଆଦିଲ୍ଲୀ: ମହାମାରୀ କୋରୋନା କବଳରୁ ରକ୍ଷା ପାଇବା ନେଇ ସଂଜୀବନୀ ପାଲଟିଛି ଟୀକା |
ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୀକା କରଣ ବ୍ୟବସ୍ଥାକୁ ଜୋରଦାର କରାଯାଇଛି | ତେବେ ଖୁବଶୀଘ୍ର ଟୀକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି ଭାରତ ।

ଖୁବଶୀଘ୍ର ଦେଶରେ ୨୦୦ କୋଟି ପାର କରିବ ଟୀକାକରଣ । ଯାହା କୋରୋନା ବିରୋଧି ଲଢେଇରେ କେନ୍ଦ୍ର ସରକାରଙ୍କ ଏକ ବଡ ଉପଲବ୍ଧି ହେବ । ଶନିବାର ମୋଟ ୧୦ ଲକ୍ଷ ହିତାଧିକାରୀ ଟିକା ନେଇଥିବା ବେଳେ ଦେଶରେ ମୋଟ ଟୀକାକରଣ ୧୯୯.୯୭ କୋଟି ଅତିକ୍ରମ କରିଛି ।

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରେ ଟୀକାରରଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଥିବା କହିଛନ୍ତି । ଗତ ଶୁକ୍ରବାର ଦେଶରେ ୧୮ରୁ ୫୯ ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ । ମୋଟ ୧୪.୯୪ ଲକ୍ଷ ହିତାଧିକାରୀ ବୁଷ୍ଟର ଡୋଜ ନେଇଛନ୍ତି । ସରକାରୀ ଟୀକାକରଣ କେନ୍ଦ୍ରରେ ବୁଷ୍ଟଡୋଜ ମାଗଣା ଦିଆଯିବା ନେଇ କିଛିଦିନ ପୂର୍ବେ ଘୋଷଣା କରିଥିଲେ କେନ୍ଦ୍ର ସରକାର ।

75 ଦିନ ପର୍ଯ୍ୟନ୍ତ ଜାରି ରହିବ ବୁଷ୍ଟର ଡୋଜ ଟୀକାକରଣ ।ବର୍ତ୍ତମାନ ପର୍ଯ୍ୟନ୍ତ, 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ହିତାଧିକାରୀଙ୍କୁ ୨.୮୧ କୋଟି ଟିକା ଦିଆଯାଇଛି । ସେହିପରି ୧୨ରୁ୧୪ ବୟସ ପିଲାଙ୍କୁ ମୋଟ ୩.୭୯ କୋଟି କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ୧୫ରୁ ୧୮ ବର୍ଷ ହିତାଧିକାରୀଙ୍କୁ ୬.୦୮କୋଟି ପ୍ରଥମ ଡୋଜ ଦିଆଯାଇଛି ।

Related Posts