ଚିନ୍ତା ବଢାଉଛନ୍ତି କୁମ୍ଭ ଫେରନ୍ତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗତକାଲି ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ଆଜି ବି ଆଉ ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଆରଟି-ପିସିଆର ଟେଷ୍ଟରୁ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତ କାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳା ରୁ ୩୦ଜଣ ଫେରନ୍ତାଙ୍କ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣ କରେନା ସଂକ୍ରମିତ ବୋଲି ଜଣାପଡିଥିଲା । ସମସ୍ତ କରୋନା ସଂକ୍ରମିତଙ୍କୁ ବର୍ତ୍ତାମାନ ଆଇସୋଲେସନରେ ରଖାଯାଇଛି । ଏପଟେ ଆଜି ରାଜ୍ୟରେ ୫ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୪୮୫୧ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related Posts