ନୀତିଶ ଚାହିୁଁଛନ୍ତି ଯଦି ଋଷର ରାଷ୍ଟ୍ରପତି କିମ୍ବା ସଂଯୁକ୍ତ ରାଷ୍ଟ୍ରର ମହାସିଚବ ହୋଇଯାଆନ୍ତୁ କିନ୍ତୁ ତାଙ୍କୁ ଅନୁରୋଧ ସେ ବିହାର ଛାଡ଼ିଦିଅନ୍ତୁ: ଚିରାଗ ପାସୱାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଚିରାଗ ପାସୱାନ । ତେବେ ନୀତିଶ ଚାହୁଁଛନ୍ତି ଯଦି ଋଷର ରାଷ୍ଟ୍ରପତି ହୋଇଯାଆନ୍ତୁ କି ସଂଯୁକ୍ତ ରାଷ୍ଟ୍ରର ମହାସଚିବ କିନ୍ତୁ ତାଙ୍କୁ ଅନୁରୋଧ ସେ ବିହାରକୁ ଛାଡିଦିଅନ୍ତୁ । ଏହାଛଡା ମୁଖ୍ୟମନ୍ତ୍ରୀ ଭାବେ ବିହାରର କଣ ବିକାଶ କରିଛନ୍ତି ତାହା ଆଗ କୁହନ୍ତୁ ନୀତିଶ । ଚିରାଗ ପାଶୱାନ ଏବେ ଏଲଜେପିର ଅଧ୍ୟକ୍ଷ ସହ ଜମୁଇରୁ ସାଂସଦ ରହିଛନ୍ତି । ଏହାପୂର୍ବରୁ ଆରଜେଡି ପକ୍ଷରୁ କୁହାଯାଇଥିଲା ଯେ, ବିଜେପି ନୀତିଶଙ୍କୁ ଯଦି ଉପରାଷ୍ଟ୍ରପତି କରେ ତେବେ ଏହାକୁ ଦଳ କେବେ ପ୍ରତ୍ୟାଖାନ କରିବ ନାହିଁ । ଏହି ପ୍ରସଙ୍ଗ ସେତେବେଳେ ଉଠିଛି ଯେତେବେଳେ ଆରଜେଡି ପକ୍ଷରୁ ଆୟୋଜିତ ଇଫତାର ପାର୍ଟିରେ ଯୋଗ ଦେଇଥିଲେ ନୀତିଶ । କିନ୍ତୁ ଚିରାଗ କହିଛନ୍ତି ନୀତିଶ ଏମିତି ଜଣେ ନେତା ଯିଏ ନିଜ ପାଇଁ ପ୍ରଥମେ କ୍ଷମତା ସିଂହାସନର ବ୍ୟବସ୍ଥା କରନ୍ତି ଓ ପରେ କୌଣସି ନିଷ୍ପତ୍ତି ନିଅନ୍ତି ।

ନୀତିଶଙ୍କୁ ଟାର୍ଗେଟ କରିବା ସହ ଚିରାଗ କହିଛନ୍ତି, ସୁବିଧାବାଦୀ ରାଜନୀତି କରୁଛନ୍ତି ନୀତିଶ । ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ସ୍ୱତନ୍ତ୍ର ରାଜ୍ୟ ଓ ଜାତି ଆଧାରରେ ଜନଗଣନାର ଦାବି ଉଠିଥିଲା । କିନ୍ତୁ ନିର୍ବାଚନ ପରେ ଏହି ମୁଦ୍ଦା ସମ୍ପୂର୍ଣ୍ଣ ରୂପେ ହଜି ଯାଇଛି । ଏହାଛଡା ତେଜସ୍ୱୀଙ୍କ ଇଫତାର ପାର୍ଟିରେ ଯୋଗ ଦେବାକୁ ନେଇ ଚିରାଗ କହିଛନ୍ତି, ପୂର୍ବରୁ ବାପା ମଧ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଇଫତାର ପାର୍ଟିରେ ସାମିଲ ହେଉଥିଲେ । ତେଣୁ ଏହାକୁ ରାଜନୀତି ସହ ଯୋଡାନଯାଉ । କାରଣ ଏହା ଏକ ଧାର୍ମିକ ଉତ୍ସବ ।

Related Posts