IAS ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ବିଜୟ କେତନଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ ।

କିଛି ଦିନ ତଳେ କୃଷି ନିର୍ଦ୍ଦେଶକ ଥିବା ବେଳେ ଲକ୍ଷେ ଟଙ୍କା ଲାଞ୍ଚ ନେବା ମାମଲାରେ ବିଜୟ କେତନଙ୍କୁ ଗିରଫ କରାଯାଇଥିଲା। ଭିଜିଲାନ୍ସ ବିଜୟ କେତନଙ୍କୁ ଗିରଫ କରିବା ପରେ ୬ ଦିନ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ସରିବା ପରେ ବିଜୟ କେତନଙ୍କୁ ଜେଲ୍ ପଠାଯାଇଥିଲା। ବିଜୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା । । ତେବେ ଆଜି ଆଇଏଏସ ବିଜୟ କେତନଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବିଜୟ କେତନଙ୍କ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ନିମ୍ନ ଅଦାଲତରେ ସର୍ତ୍ତ ସ୍ଥିର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ମିଛ କେସରେ ଫସାଇ ଦିଆଯାଇଥିବା ବିଜୟ କେତନ କହିଥିଲେ ।

ତେବେ ଏହି ଘଟଣାରେ ବିଜୟଙ୍କ ପତ୍ନୀ ତୋଷିମା ମିଶ୍ରଙ୍କ ଏଣ୍ଟ୍ରି ପରେ ମାମଲା ଆହୁରି ସରଗରମ ହୋଇଥିଲା। ତୋଷିମା ଅଭିଯୋଗ କରିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ ବିବାଦରେ ଯୋଗୁଁ ବିଜୟ କେତନଙ୍କୁ ଫସାଇ ଦିଆଯାଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

Related Posts