ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା, ନିଲମ୍ବିତ ହେଲେ ଶ୍ରମ ବିଭାଗ କିରାଣୀ

ଶ୍ରମ ବିଭାଗ କିରାଣୀଙ୍କୁ ଲାଂଚ ମାଗିବା ମହଙ୍ଗା ପଡ଼ିଛି । ଜଣେ ଶ୍ରମ ବିଭାଗ କିରାଣୀ ଖୋଲାଖୋଲି ଲାଂଚ ମାଗୁଥିବା ଭିଡ଼ିଓ ପ୍ରଚାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ପୁଣି ମୋ ସରକାର ,୫ଟି ଓ ଦାଦନ ରୋକିବାକୁ ସରକାର ଚଳାଇଥିବା ବ୍ୟତିକ୍ରମ ଦେଖାଦେଇଛି । ସରକାର ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ  ମୋ ସରକାର କରିବାରୁ ଆଜି ଜଣେ କିରାଣୀ ନିଲମ୍ବିତ ହୋଇଛନ୍ତି । ଜଣେ ଶ୍ରମ ବିଭାଗ କିରାଣୀ ବଲ୍ଲବ ନାଗ ଜଣେ ବ୍ୟକ୍ତିଙ୍କୁ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଖୁଲମଖୁଲା ଲାଞ୍ଚ ମାଗିଥିଲେ । ଏହି ଶ୍ରମିକ ଚାଲାଣ ଲାଇସେନ୍ସ କରାଇବାକୁ ଶ୍ରମ ବିଭାଗ କିରାଣୀ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିରାଣୀଙ୍କ ଏହି ଖୁଲମଖୁଲା ଲାଞ୍ଚ ମାଗିବା ଭିଡ଼ିଓ କ୍ୟାମେରାରେ କଏଦ ହୋଇ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶ୍ରମ ବିଭାଗ କିରାଣୀ ବଲ୍ଲବ ନାଗଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବିନ କରାଯାଇଛି ।

Related Posts