ସ୍ମିତାରାଣୀ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ

ଶୁକ୍ରବାର ଦିନ କଂଗ୍ରେସର ଏକ ଟିମ୍ ଭୁବନପୁର ଗ୍ରାମସ୍ଥିତ ସ୍ମିତାରାଣୀଙ୍କ ଶ୍ବଶୁର ଘର ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ବାରବାଟୀ–କଟକ ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ନିକୁଞ୍ଜ ପଶାୟତ, ପୂର୍ବତନ ଡିଜି ବଟକୃଷ୍ଣ ତ୍ରିପାଠୀ,ବିଶ୍ବଜିତ ଦାସ,ସୁଦର୍ଶନ ଦାସ, ନିଶିକାନ୍ତ ମହାପାତ୍ର,ବନ୍ଦିତା ପରିଡା, ମନୋଜ ରାଉତ,ଗୀତାଞ୍ଜଳି ମହାନ୍ତି, ଉମେଶ ଜେନା, ସ୍ମୃତିରେଖା ପହି, ଶ୍ରୀନାଥ ମିଶ୍ର, ରାଜ୍ୟ ଯୁବକଂଗ୍ରେସ ମୁଖପାତ୍ର ମାନସ ରଂଜନ କର ପ୍ରମୁଖ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଏହା ଏକ ହତ୍ୟାକାଣ୍ଡ। ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନର କଥା କହୁଥିବା ବେଳେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ନିରପେକ୍ଷତା ଅବଲମ୍ବନ କରିନଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ଆମେ ଏହାର ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଥିଲେ। ଏହାପରେ କଂଗ୍ରେସ ଟିମ୍‌ ଅନୁରୂପ ଭାବେ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।

Related Posts