
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ କୋର୍ଟର ସମନ । ତେବେ ୧୧ ବର୍ଷ ତଳର ଏକ ଥାନା ଘେରାଉ ମାମଲାରେ ତତ୍କାଳୀନ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ରାଜ୍ୟ ସଭାପତି ତଥା ବର୍ତ୍ତମାନ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ୧୯ ଜଣଙ୍କୁ ବେତନଟୀ ଜେଏମ୍ଏଫ୍ସି କୋର୍ଟ ସମନ ଜାରି କରିଛନ୍ତି। ଏହି ମାମଲାରେ ଆଜି ୬ ଜଣ କୋର୍ଟରେ ହାଜର୍ ହୋଇ ଜାମିନ୍ରେ ଆସିଛନ୍ତି।
ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଓ ଅନ୍ୟମାନେ ଆଜି କୋର୍ଟରେ ହାଜର ହୋଇନଥିଲେ। ଶ୍ରୀ ମାରାଣ୍ଡି ରାଜ୍ୟ କ୍ୟାବିନେଟ୍ର ମନ୍ତ୍ରୀ ହୋଇଥିବାରୁ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ମାମଲାର ବିଚାର ପାଇଁ ବାରିପଦାରେ ଥିବା ସ୍ବତନ୍ତ୍ର ଅଦାଲତକୁ ମାମଲା ସ୍ଥାନାନ୍ତର କରିବା ଲାଗି ଅନୁମତି ମାଗିଛନ୍ତି ବେତନଟୀ ଜେଏମ୍ଏଫ୍ସି।