କାଶ୍ମୀର ଘାଟିରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ଘାଟିରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ ଓ କଶ୍ମୀର ସରକାରଙ୍କ ରାଜସ୍ବ ବିଭାଗରେ କାମ କରୁଥିବା ରାହୁଲ ଭଟ୍ଟଙ୍କୁ ସଂଦିଗ୍ଧ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କଶ୍ମୀରର ଛାଦୁରାଠାରେ ଥିବା ତହସିଲ ଅଫିସରେ କାର୍ୟ୍ୟ କରୁଥିବା ରାହୁଲଙ୍କୁ ଗୁରୁବାରଦିନ କେତେକ ସଂଦିଗ୍ଧ ଆତଙ୍କବାଦୀ ଗୁଳି କରି ଫେରାର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ପରେ ସଂପୃକ୍ତ ଅଂଚଳକୁ ସୁରକ୍ଷା ବଳ ଘେରି ରହିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ କଶ୍ମୀର ଘାଟିରେ ବାରମ୍ବାର ପଣ୍ଡିତ ସଂପ୍ରଦାୟର ଲୋକମାନଙ୍କୁ ହତ୍ୟା କରାଯାଉଥିବାରୁ କଂଗ୍ରେସ ଚିନ୍ତା ପ୍ରକଟ କରିଛି । କଂଗ୍ରେସ ନେତା ଅଶ୍ବୀନି ହଣ୍ଡା କହିଛନ୍ତି ଯେ ସରକାର ସଂଖ୍ୟାଲଘୁ ପଣ୍ଡିତ ମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ।

Related Posts