ସୌଜନ୍ୟତ ଭୁଲିଗଲେ ରାଜ୍ୟ ସରକାର, ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ନଆସିବା ପ୍ରୋଟୋକଲର ଉଲ୍ଲଘଂନ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ଶାହାଙ୍କୁ ସ୍ୱାଗତ କରିବାକୁ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ କିମ୍ବା ବରିଷ୍ଠ ପ୍ରଶାସନିକ ତଥା ପୁଲିସ୍‌ ଅଧିକାରୀ ବିମାବନ୍ଦରକୁ ଯାଇ ନ ଥିଲେ। ଏହା ପ୍ରୋଟୋକଲର ସମ୍ପୂର୍ଣ୍ଣ ଉଲ୍ଲଘଂନ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଯେତେବେଳେ ଓଡ଼ିଶା ଆସିଲେ ସେତେବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିମାନବନ୍ଦର ଉପସ୍ଥିତ ରହିବାର ଥିଲ। ହେଲେ ସେ ପହଞ୍ଚି ନ ଥିଲେ। କେବଳ ସେ ନୁହେଁ, ଗୃହ ସଚିବ, ପୁଲିସ୍‌ ଡିଜି ବି ଆସିଲେନି। ଏନେଇ ସ୍ପେଶାଲ ସେକ୍ରେଟାରୀ ହୋମ୍‌ଙ୍କୁ ଚିଠି ପଠାଯାଇଥିଲା। ହେଲେ ରାଜ୍ୟ ସରକାର ସୌଜନ୍ୟତା ଭୁଲି ଏପରି କରିଥିବା କହିଛନ୍ତି ଭୁବନେଶ୍ୱର ସାଂସଦ। ସେ ଆହୁରି କହିଛନ୍ତି ମୁଁ ପ୍ରଶାସନିକ ସେବାରେ ୨୫ ବର୍ଷ କାର୍ଯ୍ୟ କରିଛି। ପ୍ରୋଟକଲ୍ ଓ ରୁଲ୍ ବୁକ୍ ଅନୁସାରେ ଏପରି ହେବା କଥା ନୁହେଁ। ରାତି ଯେତେ ହେଉନା କାହିଁକି ନିୟମକୁ ପାଳନ କରିବା ଜରୁରୀ ଥିଲା ବୋଲି ଅପରାଜିତା କହିଛନ୍ତି।

ସୂଚନା ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରେ ପହଞ୍ଚିଥିଲେ। ଏହାପରେ ସେ ଆଜି ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଭୁବନେଶ୍ୱର ଫେରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Related Posts