କୋଭିଡ଼ ଭୟରେ କେହି ଆସିଲେନି, ୧୧ ବର୍ଷ ଝିଅର ଶବକୁ କାନ୍ଧରେ ଵୋହି ଶ୍ମଶାନ କୁ ନେଲା ଵାପା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୭ ମସିହାରେ ଆମ୍ବୁଲାନ୍ସ ନପାଇ ନିଜ ସ୍ତ୍ରୀ ର ଶବକୁ କାନ୍ଧରେ ବୋହିବା ଘଟଣାରେ କଳାହାଣ୍ଡିର ଦାନ ମାଝୀ ଚର୍ଚ୍ଚାକୁ ଆସିଥିଲେ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପଂଜାବର ଜଳନ୍ଧରରେ । ବ୍ୟକ୍ତି ଜଣକ ଓଡିଶାର ବୋଲି କହଛନ୍ତି । ଦିଲିପ ନାମକ ବ୍ୟକ୍ତିଜଣକ ତାଙ୍କ ଝଅର ଶବକୁ କାନ୍ଧରେ ପକାଇ ଶବଦାହ ପାଇଁ ନେଇ ଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଶାରେ, ଜଳନ୍ଧରର ରାମନଗର ଅଞ୍ଚଳର ବୋଲି ଜଣାପଡଇଛି । ଶବଦାହ କରିବା ପାଇଁ ୧୧ ବର୍ଷ ଝିଅର ମୃତ ଦେହକୁ ତାଙ୍କ ବାପା କାନ୍ଧରେ ପକାଇ ଯାଇଥିଲେ ଏବଂ ତାଙ୍କ ସାନ ପୁଅ ପଛରେ ଯାଉଥିବା ଭିଡିଓ ଟିରେ ଦେଖିବାକୁ ମିଳିଥିଲା । ଘଟଣାଟିର ପାଞ୍ଚ ଦିନପରେ ଭିଡିଓଟି ଶୁକ୍ରବାର ଦିନ ରାତିରେ ବାହାରକୁ ଆସିଥିଲା । ଶନିବାର ଦିନ ଡେପୁଟି କମିଶନର ଘନଶ୍ୟାମ ଥୋରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅନୁସନ୍ଧାନ ଅନୁଶାରେ ଜଣାପଡିଛିଯେ ଝିଅଟିର ମୃତର କାରଣ କୋଭିଡ୍‌-୧୯ ନୁହେଁ । ସେ ଅମୃତସର ସରକାରୀ ମେଡିକାଲ କଲେଜ ସହିତ ଯୋଡି ହୋଇଥିବା ଗୁରୁନାନକ ହସ୍ପିଟାଲରେ ସର୍ଜିକାଲ ୱାଡେରେ ଭର୍ତ୍ତୀ କରାଯାଇଥିଲା । ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟ୍‌ରେ SAIO (ସବ୍‌କୁଟ ଅନ୍ତନଳୀ ଅବରୋଧ) ରୋଗରେ ଆକ୍ରାନ୍ତ ହୋଇଥିବା ଓ ମେ ୭ରେ ହସ୍ପିଟାଲରେ ଭର୍ତ୍ତୀକରାଯାଇଥିବା ଉଲ୍ଳେଖ କରାଜାଇଛି । ଗତ ୨୦ବର୍ଷ ହେଲାଣି ସେ ଜଳନ୍ଧରେ ରହିଆସୁଛନ୍ତି ବୋଲି ଦିଲିପ କହିଛନ୍ତି । ସେ ଓଡିଶାରୁ ଆସି ଅଛନ୍ତି ଓ ତାଙ୍କର ତିନୋଟି ସନ୍ତାନ ବୋଲି କହିଛନ୍ତି । ସେ କହିଛନ୍ତି ତାଙ୍କ ଝିଅ ସୋନୁ ଦୁଇମାସ ଧରି ଅସୁସ୍ଥ ଥିଲେ । “ମୁଁ ତାକୁ ସିଭିଲ ହସ୍ପିଟାଲ ଜଳନ୍ଧରକୁ ନେଇକି ଯାଇଥିଲି ଓ ସେଠାରୁ ତାଙ୍କୁ ଅମୃତସର ଡାକ୍ତରଖାନାକୁ ପଠାଯାଇଥିଲା । ମୃତ ପରେ ଆମ୍ବୁଲାନ୍ସ ଜଳନ୍ଧରରେ ତାଙ୍କ ଘରେ ଶବ ରକ୍ଷି ପଳାଇ ଥିଲା । ସୂଚନା ମୁତାବକ କୋଭିଡ୍ ରୋଗୀ ଟ୍ରାକିଂ ଅଫିସର (ସିପିଟିଓ) ନଭନିତ୍ କାଉର ବଲ କହିଛନ୍ତି ଯେ ଶବଦାହରେ ପଡୋଶୀ କେହି ସାହାଯ୍ୟ କରିବାକୁ ଆସିନାହାନ୍ତି । ସେ କହିଛନ୍ତି ସାଧାରଣ କ୍ଷେତ୍ରରେ କେବଳ କରୋନା ରେ ମୃତକୁ ଛାଡିଦେଲେ ଅନ୍ୟ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯାଏ ।

Related Posts