ଡେଲ୍ଟା ପ୍ଲସ ଭାରିଏଣ୍ଟ ବିରୁଦ୍ଧରେ କୋଭାକ୍ସିନ ପ୍ରଭାବଶାଳୀ: ICMR

covacxine

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ସଙ୍କଟ କାଳ ମଧ୍ୟରେ ସ୍ୱଦେଶୀ ନିର୍ମିତ କରୋନା ଭ୍ୟାକ୍ସିନକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ କୋଭାକ୍ସିନ ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ବୋଲି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏକ ଅଧ୍ୟୟନରେ ଦାବି କରିଛି । ଅପରିପକ୍ଷରେ ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ସହଯୋଗରେ ବିକଶିତ କରାଯାଇଛି । କୋଭାକ୍ସିନ କେବଳ ଡେଲଡା ଭାରିଏଣ୍ଟ ନୁହେଁ ବରଂ ଡେଲଟା ପ୍ଲସ ଭାରିଏଣ୍ଟ ଉପରେ ମଧ୍ୟ ପ୍ରଭାବଶାଳୀ ରହିବ ।

ଏହା ପୂର୍ବରୁ ଭାରତ ବାୟୋଟେକ କହିଥିଲା କୋଭାକ୍ସିନର ପ୍ରବାଭୀ ଗୁଣ କରୋନା ଭାଇରସ ବିରୋଧରେ ୭୭.୮ ପ୍ରତିଶତ ଓ ନୂଆ ଡେଲ୍ଟା ଭାରିଏଣ୍ଟ କ୍ଷେତ୍ରରେ ୬୫.୫୨ ପ୍ରତିଶତ ପ୍ରଭାବଶାଳୀ ରହିବ । ଆଉ କୋଭାକ୍ସିନ ଜଟିଳ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ୯୩.୪ ପ୍ରତିଶତ ପ୍ରଭାବ ରହିବ । ଅନ୍ୟପଟେ କରୋନା ଭାଇରସର ୮ଟି ଭାରିଏଣ୍ଟକୁ WHO ଅଲଗା ଅଲଗା ବିଭାଗରେ ରଖିଛି ।

ଏଥି ମଧ୍ୟରୁ ଚାରୋଟି ଭାଇରସ ଅଫ ଇଣ୍ଟେଷ୍ଟ ରହିଥିବା ବେଳେ ଆଉ ଚାରୋଟି ଭାଇରସ ଦୃତ ସଂକ୍ରମିତ କାଟେଗରିରେ ରଖାଯାଇଛି । ଏହାକୁ ଛାଡି ଆଲ୍ଫା, ବିଟା, ଗାମା ଏବଂ ଡେଲ୍ଟା ଶାମିଲ ଅଛନ୍ତି । ତେବେ ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଦେଖାଦେଇଥିଲା । ଅପରିପକ୍ଷରେ ଗତ ୨୪ ଘଣ୍ଟାରେ ୪୦,୧୩୪ ନୂତନ କୋଭିଡ ମାମଲା ସାମ୍ନାକୁ ଆସିଥିଲା । ଏହାକୁ ମିଶାଇ ଦେଶରେ ମୋଟ କୋଭିଡ ମାମଲା ୩,୧୬,୯୫,୯୫୮ ରେ ପହଁଞ୍ଚିଥିଲା ।

Related Posts