ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ COVID-19 କୋଭାକ୍ସିନ ଟୀକା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ COVID-19 କୋଭାକ୍ସିନ ସପ୍ଲାଏ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ର ପ୍ରତିବନ୍ଧକ। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଏହି ଟିକାର ସପ୍ଲାଏ ହୁଏ ।

ଭାରତ ବାୟୋଟେକ ଦ୍ୱାରା ନିର୍ମିତ COVID-19 ଏହି ଟିକା ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ସପ୍ଲାଏ ହେଉଥିବା ବେଳେ ଏହାକୁ ଉପରେ ପ୍ରତିବନ୍ଧକ ଲଗାଯାଇଛି ହୁ’। ଏନେଇ ଶନିବାର ହୁ’ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ଉତ୍ପାଦକ ସୁବିଧାଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିହେବ ଏବଂ ଯାଞ୍ଚରେ ଥିବା ତ୍ରୁଟିର ସମାଧାନ କରାଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ଏହି ଟିକା ପ୍ରସ୍ତୁତ ହେଉଥିବା କାରଖାନାର ଉନ୍ନତିକରଣ ଏବଂ ସେଠାରେ ଥିବା ଅନ୍ୟାନ୍ୟ ଅସୁବିଧା ଦୂର କରିବାକୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ପର୍ଯ୍ୟବେକ୍ଷକ ଟିମ୍‌ ‘ଭାରତ ବାୟୋଟେକ୍‌’କୁ କହିଛି।

ହୁ’ର ବୟାନ ଅନୁଯାୟୀ, ଟିକା ଗ୍ରହଣ କରୁଥିବା ଦେଶମାନଙ୍କୁ WHO ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି, କିନ୍ତୁ କ’ଣ ପଦକ୍ଷେପ ନିଆଯିବ ତାହା କୁହାଯାଇନି। WHO କହିଛି ଯେ, ଏହି ଟିକା ପ୍ରଭାବଶାଳୀ ଅଟେ। ଏହାର ନିରାପତ୍ତାକୁ ନେଇ କୌଣସି ଚିନ୍ତା ନାହିଁ, କିନ୍ତୁ ଏହି ପ୍ରତିବନ୍ଧକ ଲଗାଇବା ଦ୍ୱାରା କୋଭାକ୍ସିନ ଯୋଗାଣରେ ସାମାନ୍ୟ ବାଧା ସୃଷ୍ଟି ହେବ। ତେବେ ମାର୍ଚ୍ଚ ୧୪ ରୁ ୨୨ ପର୍ଯ୍ୟନ୍ତ WHO ପୋଷ୍ଟ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଯାଞ୍ଚର ଫଳାଫଳ ଉତ୍ତରରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି। ଟିକା ଉତ୍ପାଦନକାରୀ ବାୟୋଟେକ୍‌ ମଧ୍ୟ ରପ୍ତାନି ପାଇଁ କୋଭାକ୍ସିନ ଉତ୍ପାଦନକୁ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛି।

ହାଇଦ୍ରାବାଦ ସ୍ଥିତ ବାୟୋଟେକ୍‌ କମ୍ପାନୀ କହିଛି ଯେ, ଏହି ରୋକ୍‌ ଦ୍ୱାରା କରୋନା ଟିକା କୋଭାକ୍ସିନର ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଭାବ ପଡିବ ନାହିଁ।

Related Posts