କୋଭାକ୍ସିନ ବଢିଆ, ୬୧୭ ଭାରିଆଣ୍ଟକୁ ନ୍ୟୁଟ୍ରାଲାଇଜ କରିପାରିବ

covaxine

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କରୋନା ମହାମାରୀ ସହ ଲଢୁଛି । ଏପରିସ୍ଥଳେ ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ଆମେରିକାର ସର୍ବୋଚ୍ଚ ମହାମାରୀ ବିଶେଷଜ୍ଞ ଡକ୍ଟର ଆନ୍ଥନୀ ଫୈସି ବଡ ବୟାନ ଦେଇଛନ୍ତି । ତେବେ ଭାରତର ନିଜସ୍ୱ କରୋନା ଟୀକା କୋଭାକ୍ସିନ ମାରାତ୍ମକ ଜୀବାଣୁର ୬୧୭ ପ୍ରକାରକୁ ନ୍ୟୁଟ୍ରାଲାଇଜ କରିପାରିବ ବୋଲି କହିଛନ୍ତି ଡକ୍ଟର ଆନ୍ଥନୀ ଫୈସି । ଏକ ସମ୍ବାଦିକ ସମ୍ମିଳନୀରେ ଆନ୍ଥନୀ ଏପରି କହିଥିବାର ସୂଚନା ମିଳିଛି । ସାରା ଦେଶ କୋଭିଡ ମହାମାରୀ ସହ ଲଢୁଥିବା ବେଳେ ଆନ୍ଥନୀଙ୍କ ଏପରି ମନ୍ତବ୍ୟ ବେଶ ଚର୍ଚ୍ଚାରେ ରହିଛି । ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ପରିସ୍ଥିତିରେ ଟୀକାକରଣ ହିଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକାର ହୋଇପାରେ ବୋଲି ଆନ୍ଥନୀ କହିଛନ୍ତି । ଅନ୍ୟପଟେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ସହଭାଗିତାରେ ଭାରତ ବାୟୋଟେକ ଦ୍ୱାରା କୋଭିକ୍ସିନ ତିଆରି କରାଯାଇଥିଲା । କୋଭାକ୍ସିନକୁ ଜାନୁଆରୀ ୩ରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।

Related Posts