କୋଭିଡର କରାଳ ରୂପ ; ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କରୋନାର ଦ୍ୱିତୀୟ ଲହର ତୀବ୍ରତର ରୂପ ନେଉଛି । ସଂକ୍ରମିତଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ରେଗୀ ପ୍ରାଣ ହରାଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩୨୩୯ ଜଣଙ୍କ ମୃତ୍ୟୁ ଘଟିଛି । ଭାରତରେ କରୋନା ମହାମରୀ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ । ଭାରତରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୨,୦୧,୧୮୭ ରେ ପହଞ୍ଚିଛି । ସାରା ବିଶ୍ୱରେ ଆମେରିକାରେ ସର୍ବାଧିକ ୫.୨୭ ଲକ୍ଷ କୋଭିଡ ମୃତ୍ୟୁ ଘଟିଥିବାବେଳେ ୩.୯୨ ଲକ୍ଷ ମୃତ୍ୟୁ ସହ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ତା ତଳକୁ ୨.୧୫ ମୃତ୍ୟୁ ସହ ମେକ୍ସିକୋ ତୃତୀୟ ସ୍ଥାନରେ ରହିଛି । ତେବେ କୋଭିଡ ମୃତ୍ୟୁରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୬୦,୯୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚିଛି । ଅପରପେକ୍ଷ ୨,୬୧,୧୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ଅରୋଗ୍ୟଙ୍କ ସଂଖ୍ୟା ୧,୪୮,୧୭,୩୭୧ ରେ ପହଞ୍ଚିଛି ।

Related Posts