ଖୋଲାଯାଉନି ଗ୍ରାମାଞ୍ଚଳରେ ବନ୍ଦ ପଡିଥିବା କୋଭିଡ କେୟାର ସେଣ୍ଟର, ବିପଦରେ ପଜିଟିଭ ରୋଗୀ

covid

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରିସ୍ଥଳେ ଗ୍ରାମାଞ୍ଚଳରେ ବନ୍ଦ ପଡିଥିବା କୋଭିଡ କେୟାର ସେଣ୍ଟର ଖୋଲାଯାଉନଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପଟେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସଂକ୍ରମିତଙ୍କ ପାଇଁ କୋଭିଡ କେୟାର ସେଣ୍ଟର ଗଠନ କରାଯାଇଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ଯାହାଫଳରେ ସଂକ୍ରମିତମାନେ ପୃଥକ ପୃଥକ କୋଠରୀ ଏବଂ ଶୌଚାଳୟ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ହେବା ଦ୍ୱାରା ସଂକ୍ରମିତମାନେ ଅନ୍ୟମାନଙ୍କୁ ବିପଦରେ ପକାଉଛନ୍ତି । ତେବେ ନିଶ୍ଚିନ୍ତକୋଇଲି ଅନ୍ତର୍ଗତ ଫୋଗାଲ ଗାଁର ଜଣେ ୨୩ ବର୍ଷୀୟ ବାଳିକା କୋଭିଡରେ ସଂକ୍ରମିତ ହେବା ପରେ ହୋମଆଇସୋଲେସନରେ ରହିଥିଲା । ନଅ ଜଣ ବିଶିଷ୍ଟ ବଡ ପରିବାର ଓ ତାହା ସାଙ୍ଗକୁ ଅଳ୍ପ ରୁମ ବିଶିଷ୍ଟ ଘର ହୋଇଥିବାରୁ ସଂକ୍ରମିତ ଝିଅଟି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲା । ଏହା ପରେ ନିଶ୍ଚିନ୍ତକୋଇଲି ବିଡିଓ ନିକଟରେ ଆଇସୋଲେସନର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲା । ମାତ୍ର ସ୍ଥାନୀୟ ବିଡିଓ ଏହି କଥାକୁ କର୍ଣ୍ଣପାତ କରିନଥିଲେ । ଫଳରେ ସଂକ୍ରମିତ ଝିଅଟି ପୁଣି ତା’ ପରିବାର ସହ ରହିଥିଲା ଏବଂ ସମସ୍ତ ସଦସ୍ୟଙ୍କୁ ବିପଦରେ ରଖିଥିଲା । ଅନ୍ୟପଟେ ନିଶ୍ଚିନ୍ତକୋଇଲିର ବିଡିଓ କର୍ଣ୍ଣଦେବ ସମାଦାର ଏ ବାବାଦରେ କୈଣସି ମତ ଦେଇନଥିଲେ । ତେବେ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୨,୩୧୨ ରହିଛି । ଏଥିମଧ୍ୟରୁ ୧୩୯୨ ସଂକ୍ରମଣ କଟକ ମ୍ୟୁନିସିପାଲଟିରୁ ହୋଇଥିବା ବେଳେ ୯୨୦ ଜଣ ଗ୍ରାମାଞ୍ଚଳରୁ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୯୦୮ଜଣ ହୋମଆଇସୋଲେସନରେ ରହିଛନ୍ତି । ଖୁବଶୀଘ୍ର ପଞ୍ଚାୟତ ସ୍ତରରେ କୋଭିଡ କେୟାର ଗଠନ ହେବ ବୋଲି କହିଛନ୍ତି କୋଭିଡ ନୋଡାଲ ଅଧିକାରୀ ଡକ୍ଟର ଉମେଶ ରାୟ । ଏହା ସହ ବଡମ୍ବାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଓ ଟାଙ୍ଗୀରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଢ କେୟାର ସେଣ୍ଟର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ସମ୍ପୃକ୍ତ ଅଧିକାରୀ ।

Related Posts