କେଜ୍ରିୱାଲ କୋଟି କୋଟି ଟଙ୍କା ପ୍ରଚାର ରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଦିଲ୍ଲୀରେ ଅକ୍ସିଜେନ ସ୍ଥିତି ସୁଧାରିବା ପାଇଁ କିଛି କରିନାହାନ୍ତି: ଅଜୟ ମାକେନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସଂକଟକୁ ନେଇ ଶନିବାର କଂଗ୍ରେସ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛି। ଦଳ ଅଭିଯୋଗ କରିଛି ଯେ, କେଜରିୱାଲ ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଅମ୍ଳଜାନ ସଂରକ୍ଷଣ କ୍ଷମତା ବୃଦ୍ଧି ତଥା ଦିଲ୍ଲୀରେ ଗୋଟିଏ ବି ନୂତନ କାରଖାନା ସ୍ଥାପନ କରିନାହାନ୍ତି । କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି ଯେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ପରେ ଆରୋପ ପ୍ରତ୍ୟାରୋପ କରିପାରନ୍ତି । କିନ୍ତୁ, କରୋନା ମହାମାରୀ ସମୟରେ ସେମାନେ ଅତି କମରେ ଲୋକଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବା ଉଚିତ୍। ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଆଠଟି ପ୍ରେସର ସୁଇଙ୍ଗ୍ ଅବ୍ଜରପସନ୍ (PSA) ପ୍ଲାଣ୍ଟକୁ ମଞ୍ଜୁର କରିଛି ବୋଲି ସୂଚନା ଦେଇଛନ୍ତି କିନ୍ତୁ ବାସ୍ତବରେ କେବଳ ଗୋଟିଏ ମାତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାର ବିଗତ ବର୍ଷକ ମଧ୍ୟରେ ଗୋଟିଏ ବି PSA କାରଖାନା ସ୍ଥାପନ କରି ନାହାଁନ୍ତି ଏବଂ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସଂରକ୍ଷଣ କ୍ଷମତା ବୃଦ୍ଧି କରିନାହାଁନ୍ତି। “କେନ୍ଦ୍ର ଓ ଦିଲ୍ଲୀ ସରକାର ପରସ୍ପର ସହ ଲଢୁଛନ୍ତି। ତେବେ ଦିଲ୍ଲୀରେ କିଏ ଶାସନ କରିବ ତାକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପରେ ଲଢି ପାରନ୍ତି , କିନ୍ତୁ ଅନ୍ତତଃପକ୍ଷେ କରୋନା ଭଳି ମହାମାରୀର ମୁକାବିଲା ସମୟରେ ଜନ କଲ୍ୟାଣ ତଥା ଚିକିତ୍ସା ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ , ” ଦିଲ୍ଲୀରେ କାହିଁକି ଅମ୍ଳଜାନ କାରଖାନା ସ୍ଥାପନ ହୋଇନାହିଁ, ଯେତେ ବେଳେକି ରାଜସ୍ଥାନ ଭଳି ରାଜ୍ୟ ଗତ ଏକ ବର୍ଷ ମଧ୍ୟରେ ଅନୁମୋଦିତ 37 ଟି PSA ୟୁନିଟ୍ ମଧ୍ୟରୁ 24 ଟି ଏବଂ ସାତୋଟି ବଡ ଅମ୍ଳଜାନ ସଂରକ୍ଷଣ କାରଖାନା ସ୍ଥାପନ କରିଛନ୍ତି। “ସେମାନଙ୍କୁ ମାତ୍ ଦେବା ପରିବର୍ତ୍ତେ, ସେମାନେ ଘଟଣା ଉପରୁ ନଜର ହଟାଇବାକୁ ପରସ୍ପର ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି। ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ଯାହା କରିଛନ୍ତି ତାହା ଅପରାଧିକ ଅଟେ । ବିଗତ ବର୍ଷରେ ସେମାନେ ଅମ୍ଳଜାନ ଯୋଗାଣ ବୃଦ୍ଧି ଏବଂ ଦିଲ୍ଲୀରେ ଷ୍ଟୋରେଜ୍ କ୍ଷମତା ବୃଦ୍ଧି ପାଇଁ ଗୋଟିଏ ବି ପଇସା ଖର୍ଚ୍ଚ କରିନାହାଁନ୍ତି ବୋଲି ସେ କହିଛନ୍ତି। ଆବଶ୍ୟକ କରୁଥିବା ଲୋକଙ୍କୁ ଅତି କମରେ ଅମ୍ଳଜାନ ଯୋଗାଇବାକୁ ସେ ଅନୁରୋଧ କରିଛନ୍ତି। ମାକେନ୍ ଅଭିଯୋଗ କରିଛନ୍ତି ଯେ ଗତ ବର୍ଷ ଦିଲ୍ଲୀ ସରକାର ବିଜ୍ଞାପନ ତଥା ପ୍ରଚାର ପାଇଁ 355 କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଏହି ବର୍ଷ ପାଇଁ ପ୍ରଚାର ବଜେଟ୍ ଭାବରେ ଆଉ 467 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀରେ ବିଜ୍ଞାପନ ତଥା ପ୍ରଚାର ପାଇଁ ମୋଟ 822 କୋଟି ବ୍ୟୟ ଅଟକଳ ହୋଇଛି। କିନ୍ତୁ ସେହି ଟଙ୍କାରେ 750 ମେଟ୍ରିକ ଟନ୍ ରୁ ଅଧିକ 800 ଅମ୍ଳଜାନ କାରଖାନା ସ୍ଥାପନ କରାଯାଇପାରିବ, କିନ୍ତୁ ସରକାର ଜନ କଲ୍ୟାଣ ପାଇଁ ସେପରି ପଦକ୍ଷେପ ପାଇଁ ସେହିପରି ପଦକ୍ଷେପ ନେଇ ନାହାନ୍ତି ବୋଲି ବୋଲି ସେ ଅଭିଯୋଗ କରିଛନ୍ତି ।

Related Posts