ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସରିବ କୋଭିଡ୍ ଟିକାକରଣ, ପ୍ରଥମ ଡ଼ୋଜ ନେଲେଣି ୫୪ % ଲୋକେ : ପରିବାର କଲ୍ୟାଣ ନିର୍ଦ୍ଦେଶକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ୍ ଟୀକାକରଣ ପ୍ରକ୍ରିୟା ଶେଷ ହୋଇଯିବ । ଯଦି ଟୀକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ଆଗାମୀ ୪ ମାସ ମଧ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ ହୋଇଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟୀକାକରଣ ଏବେ ଜାରି ରହିଛି ଏବଂ ବର୍ତ୍ତମାନ ଟୀକାରେ କିଛି ସମସ୍ୟା ନାହିଁ ।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ମୁତାବକ , ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟୀକା ଦିଆଯାଇସାରିଛି। ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି। ମୋଟ ୫୪ % ପ୍ରଥମ ଡୋଜ ଦିଆଯାଇଛି । କୋଭିଶିଲ୍ଡ ୨୮ ଲକ୍ଷ ୫୪ ଯାହାର ,କୋଭକ୍ସିନ ୪ ଲକ୍ଷ ୫୪ ହଜାର ଟୀକା ମହଜୁଦ ରହିଛି। ଯେଉଁ ମାନଙ୍କର ୨ୟ ଡୋଜ ଟୀକା ନେବାର ଅଛି , ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ  ଶିକ୍ଷକ ଓ ୨ୟ ଡୋଜ ନେଇଥିବା ଲୋକଙ୍କୁ  ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । କେତେ ଶିକ୍ଷକ ଟୀକା ନେବେ ସେ ନେଇ ଜିଲ୍ଲାକୁ ତଥ୍ୟ ମଗାଯାଇଛି । ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟୀକାକରଣ ଶେଷ ହେବ, କେବଳ ଶିକ୍ଷକଙ୍କୁ ଟୀକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି ବୋଲି ସେ କହିଛନ୍ତି । ଆଜି ୧୪୦୦ କେନ୍ଦ୍ରରେ ଟୀକାକରଣ ଚାଲିଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ୨ୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ।

ସେହିପରି ଆଜିଠୁ ୨ଦିନ ଧରି ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ବିଏମସିର ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଏନେଇ ଆଇସିଏମଆରରେ ଅନୁରୋଧ କ୍ରମେ ପ୍ରସ୍ତୁତ ହୋଇଛି ବିଏମସି। ବିଏମସିର ୩ଟି ଜୋନର ୮ନମ୍ବର ,୧୫ ନମ୍ବର, ୩୩୨ ନମ୍ବର, ୪୧ ନମ୍ବର ଓ ୬୩ ନମ୍ବର ଓ୍ୱାର୍ଡରେ ସର୍ଭେ କରାଯିବ। ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛ। ଶିଶୁଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କର ସାମ୍ପୁଲ ସଂଗ୍ରହ କରାଯିବ। ପ୍ରତି ଓ୍ୱାର୍ଡରେ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଗତ ୨୯ତାରିଖରେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଛି। 

Related Posts