ଓଡ଼ିଶାରେ କୋଭିଡ ସ୍ଥିତି ଉଦବେଗଜନକ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ କୋଭିଡ ସ୍ଥିତି ଉଦବେଗଜନକ ନୁହେଁ । ହେଲେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଆମକୁ ସତର୍କ ସହ ରହିବାକୁ ହେବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର କହିଛନ୍ତି । କେବଳ ଏତିକି ନୁହେଁ ବରଂ ପୂର୍ବ ଲହରଗୁଡ଼ିକରେ ଦେଖା ଯାଇଛି ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼େ।

ତେଣୁ ଏଇ ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ, ଯେଉଁମାନେ ଟିକା ନେଇ ନାହାନ୍ତି, ତୁରନ୍ତ ନେଇ ଯାଆନ୍ତୁ। ଯଦି ସଂକ୍ରମଣ ବଢ଼ିବା ଆରମ୍ଭ କରେ ଆମର ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ବଦଳାଇବୁ। ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହନ୍ତୁ। ଗହଳି ସ୍ଥାନକୁ ଗଲେ ମାସ୍କ ନିହାତି ପିନ୍ଧନ୍ତୁ ।କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ତେଣୁ ସଂକ୍ରମଣ ବଢ଼ିବା ସହ ଆର ଭ୍ୟାଲୁ ବି ବଢ଼ିବ ବୋଲି କହିଛନ୍ତି ।

Related Posts