ପାଗଳ କଲା ଡ୍ରାଇଭର ପ୍ରେମ; ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ଦେଲା ସୁପାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀର ଜଣେ ମହିଳାଙ୍କ ପାଗଳ କଲା ଡ୍ରାଇଭର ପ୍ରେମ । କାହିଁକିନା ମହିଳା ଜଣକ ଡ୍ରାଇଭରର ପ୍ରେମରେ ପାଗଳ ହୋଇ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ଦେଲେ ସୁପାରୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର‌୍ୟ୍ୟରତ ବିନାୟକ ବେହେରା ୨୦୧୮ ମସିହାରେ ପୁରୀ ବଦଳି ହୋଇଯାଇଥିଲେ । ହେଲେ ତାଙ୍କ ପରିବାର ଭୁବନେଶ୍ୱରରେ ରହୁଥିଲେ । ଏହାରି ଭିତରେ ତାଙ୍କ ଗାଡ଼ି ଡ଼୍ରାଇଭର ଅଶୋକ ଓ ବିନାୟକଙ୍କ ସ୍ତ୍ରୀ ଟ୍ୱିଙ୍କିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ତାଙ୍କ ପ୍ରେମରେ କଣ୍ଟା ସାଜିଥିବା ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଜିତୁ ନାମକ ଏକ ସୁପାରୀକିଲରକୁ ଏକ ଲକ୍ଷ ଟଙ୍କା ଦେଇଥିଲେ । ଯୋଜନା ଅନୁସାରେ ଜିତୁ ଓ ତାର ସାଥୀ ଗତ ୧୬ ତାରିଖରେ ବିନାୟଙ୍କୁ ମଂଚେଶ୍ୱର ଥାନା ସ୍ପୋଟର୍ସ କମ୍ପେ୍ଲକ୍ସ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । କିଛି ଯୁବକ ବିନାୟକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯୋଜନା ବିଫଳ ଖବରପାଇ ସ୍ତ୍ରୀ ଟ୍ୱିଙ୍କିଲ ଓ ଡ଼୍ରାଇଭର ଅଶୋକ ଧଉଳି ଆପାର୍ଟମେଂଟରେ ଲୁଚିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ପୋଲିସ ଡ଼୍ରାଇଭର ଅଶୋକକୁ ଧରିବାରେ ସଫଳ ହୋଇଥିବାବେଳେ ଟ୍ୱିଙ୍କିଲ ଖସି ପଳାଇଛି । ଅଭିଯୁକ୍ତ ଅଶୋକ ପୁଲିସ ଆଗରେ ସବୁ ମାନିଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts