ଜୁନ ବଦଳରେ ମେ’ ମାସରେ ଖରା ଛୁଟି ପାଇଁ ପ୍ରସ୍ତାବ ଆସିଛି; ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ୟାଳୟମାନଙ୍କରେ ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି। ତେବେ ଖରାଛୁଟି ସମୟ ପରିବର୍ତନ କରିବାକୁ ବିଚାର କରାଯାଇନି। ଯଦି ସେମିତି ପରିସ୍ଥିତି ଆସେ, ତାହାଲେ ବିଭାଗ ସେନେଇ ବିଚାର କରିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ସହ ବର୍ତ୍ତମାନ ରାଜ୍ୟରେ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି।
ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପୁସ୍ତିକା। ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତିଭରଣା କରିବା ପାଇଁ ଏଭଳି ବ୍ୟବସ୍ଥା କରିଛି ବିଭାଗ। କେବଳ ଯେ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ଏହା କେବଳ ପଢ଼ାଯିବ, ତାହା ନୁହେଁ ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts