ବାଘ ଶିକାରୀ ଗିରଫ

ସତ୍ୟପାଠ ବ୍ୟୁରୋ : ବାଘ ମାରି ଛାଲ ବିକିବାକୁ ଯୋଜନା କରୁଥିବା ୩ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଦେବଗଡରୁ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିବା ଏସଟିଏଫ୍ ସୂଚନା ଦେଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡର ରମଣିସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସୁନ୍ଦରଗଡର ସଚିକାନ୍ତ ନାୟକ । ତେବେ ଏମାନେ ବାଘ ମାରି ଛାଲ ବିକୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳୁଥିବା ବେଳେ ଏମାନଙ୍କ ସହ ଆଉ କିଏ ଲିଙ୍କରେ ଅଛନ୍ତି ତାହାର ଖୋଳତାଡ ଚାଲୁଛି ।

Related Posts