ଯୋଗ ଦିବସରେ ଯବାନଙ୍କ ଯୋଗାଭ୍ୟାସ

ସତ୍ୟପାଠ ବ୍ୟୁରୋ : ସାରା ବିଶ୍ୱ ଆଜି ଯୋଗ ଦିବସ ପାଳିଥିବା ବେଳେ ଦେଶର ଯବାନମାନେ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । କେଉଁଠି ପାଣି ଭିତରେ ତ ଆଉ କେଉଁଠି ବରଫ ଉପରେ ଯୋଗମୁଦ୍ରାରେ ଦେଖାଯାଇଛନ୍ତି ଦେଶର ଯବାନ ।

ଆଇଟିବିପିର ନବମ ବାଟାଲିୟନ ଯବାନ ମାନେ ‘ନଦୀ ଯୋଗ’ ପ୍ରଦର୍ଶନ କରିଛନ୍ତି । ଅରୁଣାଚଳ ପ୍ରଦେଶର ଦିଗାରୁ ନଦୀର ଜଳରାଶିରେ ଯୋଗମୁଦ୍ରା ଦେଖାଇଛନ୍ତି । ସେହିଭଳି ଏଟିଏସ୍ ଲୋହିତପୁରରେ ଆଇଟିବିପିର ଏକ ଟ୍ରୁପ୍ ନିଜ କୁକୁର ଓ ଘୋଡାମାନଙ୍କ ସହ ଯୋଗ ଦିବସ ପାଳିଛନ୍ତି । ଯେଉଁଥିରେ ଯବାନ ମାନେ ଘୋଡା ଉପରେ ସବାର ହୋଇ ଯୋଗ କରୁଛନ୍ତି ପୁଣି କୁକୁର ବି ଏମାନଙ୍କ ସହ ଯୋଗମୁଦ୍ରାରେ ନଜର ଆସିଛି । ହିମାଚଳ ପ୍ରଦେଶରେ ଆଇଟିବିପିର ଯବାନ ମାନେ ବରଫ ଉପରେ ଯୋଗ କରୁଥିବା ଫଟୋ ସାମ୍ନାକୁ ଆସିଛି ।

ରୋହତାଙ୍ଗରେ ପ୍ରାୟ ୧୪ହଜାର ଫୁଟ ଉପରେ ବରଫ ଚଟାଣ ଉପରେ ଏମାନେ ଯୋଗ କରୁଛନ୍ତି । ଏହି ସମୟରେ ସେଠାରେ ତାପମାତ୍ରା ମାଇନସ୍ ୧୦ ଡିଗ୍ରୀ ଥିବା ଜଣାପଡିଛି । ସିକିମର ଓପି ଡରଜିଲା ଠାରେ ମାଇନସ୍ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଯୋଗ କରିଛନ୍ତି ଆଇଟିବିପିର ଯବାନମାନେ । ୧୯ହଜାର ଫୁଟ ଉଚ୍ଚରେ ଏମାନେ ଯୋଗ କରୁଥିବା ନଜର ଆସିଛନ୍ତି ।

ସେହିପରି ଉତ୍ତର ଲଦାଖରେ ୧୮ହଜାର ଫୁଟ ଉପରେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପି ଯବାନ ମାନେ ଯୋଗୁମଦ୍ରାରେ ନଜର ଆସିଛନ୍ତି । ଛତିଶଗଡର ନକ୍ସଲ ପ୍ରଭାବିତ କୋଣ୍ଡାଗାଓଁରେ ଆଇଟିବିପିର ଯବାନ ମାନେ ଯୋଗ କରିଥିବା ଫଟୋ ବି ସାମ୍ନାକୁ ଆସିଛି । ଇଣ୍ଡିଆନ ଆର୍ମିର ଯବାନ ମାନେ ହିମାଳୟର ବରଫ ପାହାଡ ଉପରେ ଯୋଗ କରୁଥିବା ଫଟୋ ବି ସାମ୍ନାକୁ ଆସିଛି ।

ବିଏସଏଫ ଯବାନ ମାନେ ଜାମ୍ମୁରେ ଯୋଗ ଦିବସ ପାଳିଛନ୍ତି । ଖରାପ ପାଗ ଓ ବର୍ଷା ସତ୍ୱେ ଆସାମ ରାଇଫଲ, ସିଆରପିଏଫ୍ ଓ ପୁଲିସ ମିଳିତ ଯୋଗାଭ୍ୟାସ କରିଛନ୍ତି । ଇଣ୍ଡୋ-ମିଆଁମାର ବର୍ଡର ଠାରେ ଏମାନେ ଯୋଗ କରିଛନ୍ତି । ଚେନ୍ନାଇର ମାରିନା ବିଚ୍ରେ ଭାରତୀୟ ନୌସେନା ଓ ସିଆଇଏସଏଫ୍ ପକ୍ଷରୀୁ ଯୋଗାଭ୍ୟାସ କରାଯାଇଛି ।

Related Posts