ଟ୍ରିପଲ୍ ତଲାକ୍ ବିଲ୍ ଆଗତ

ସତ୍ୟପାଠ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହେଲା ତିନି ତଲାକ୍ ବିଧେୟକ । ବିରୋଧିଙ୍କ ପ୍ରବଳ ହଙ୍ଗାମା ଭିତରେ ଏହି ବିଲ ଉପସ୍ଥାପନ କରାଯାଇଛି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ଏହାକୁ ଆଗତ କରିଥିବା ବେଳେ ଏହାକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ତେବେ ଏହାକୁ କଂଗ୍ରେସ ବିରୋଧ କରିଛି । ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ଅଧ୍ୟାଦେଶ-୨୦୧୯ ଅନୁସାରେ ତିନି ତଲାକ ଅବୈଧ୍ୟ, ଏଥିପାଇଁ ସ୍ୱାମୀଙ୍କୁ ତିନି ମାସ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଅନ୍ୟପଟେ ତିନି ତଲାକ ଓ ନିକାହ ହଲାଲ ବିରୋଧରେ ଆଇନ ଆଣିବା ସରିୟତ ବିରୋଧୀ କହି ବିଭିନ୍ନ ମୁସଲିମ୍ ସଂଗଠନ ଓ ମୁସଲିମ୍ ନେତା ବିରୋଧ କରୁଛନ୍ତି ।

Related Posts