ଟିମନ ସହ ୩ ସହଯୋଗୀ ଗିରଫ

ବଲାଙ୍ଗିର : କୁଖ୍ୟାତ ଅପରାଧି ଟିମନ ସହ ୩ ସହଯୋଗୀ ଗିରଫ । ଜମି କିଣା କିଣି ସହ ବହୁ ଅପରାଧିକ ମାମଲାରେ କୁଖ୍ୟାତ ଅପରାଧି ଟିମନ ପୂର୍ବରୁ ଜେଲ ଯାଇଥିବା ବେଳେ ତା ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ । ବଲାଙ୍ଗିର ଖୁଣ୍ଟପାଲିର ପର୍ଶୁରାମ ପଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଜମି ବିକିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ହୋଇଛି ।

ଏନେଇ ଭୁବନେଶ୍ବର ସଦର ଥାନାର ଏକ ସ୍ବତନ୍ତ୍ର ଟିମ୍ ଟିମନ ସହ ତାର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି ।  ଟିମନ ସହ ଧର୍ମେନ୍ଦ୍ର ଜାଲ, ତ୍ରିନାଥ ସାଗର, ଅନିରୁଦ୍ଧ ଦଳବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ଜମି ମାଫିଆ ଭାବେ ଜଣାଶୁଣା ଥିବା ବେଳେ ଟିମନ ଜେଲରୁ ଫେରିବା ପରେ ପୁଣି ତାର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି ।

Related Posts