ଆଜି ଉପବାଚସ୍ପତି ନିର୍ବାଚନ

ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ତେବେ ଏହି ପଦ ଲାଗି ବିଜେଡି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ତେଣୁ ସଂଖ୍ୟା ଦୃଷ୍ଟିରୁ ସେ ବିଧାନସଭା ଉପବାଚସ୍ପତି ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି।

ପୂର୍ବରୁ ଉପ-ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଭାବେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ନାମ ଘୋଷଣା କରାଯାଇଥିଲା । ରଜନୀକାନ୍ତ ସିଂହ ସେହି ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନାହିଁ । ବାଚସ୍ପତି ନିର୍ବାଚନ ବେଳେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା । ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ବିଧାନସଭାର ମୋଟ୍ ଆସନ ସଂଖ୍ୟା ୧୪୭ ହୋଇଥିବା ବେଳେ ବିଜୁ ଜନତା ଦଳ ୧୧୨ ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିରୋଧୀ ଭାରତୀୟ ଜନତା ପାର୍ଟିର ୨୩ ଜଣ ଏବଂ କଂଗ୍ରେସର ୯ ଜଣ ସଭ୍ୟ ଅଛନ୍ତି । ତେଣୁ ଏହି ପଦବି ବିଜେଡି ଖାତାକୁ ଯିବା ଥୟ । ବିଧାୟକ ଭାବେ ରଜନୀକାନ୍ତ ବେଶ୍ ଅଭିଜ୍ଞ । ପୂର୍ବରୁ ରଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇଛନ୍ତି । ସେହିପରି ପ୍ରଶ୍ନକାଳରେ ମଧ୍ୟ କଣ ରହିବ ସ୍ଥିତି ତା ଉପରେ ମଧ୍ୟ ନଜର ରହିବ ।

ଷୋଡ଼ଶ ବିଧାନସଭାର ଉପବାଚସ୍ପତି ନିର୍ବାଚନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି ଗୃହରେ ବିଧିବଦ୍ଧ ଘୋଷଣା କରିଥିଲେ । ଉପବାଚସ୍ପତି ନିର୍ବାଚନ ସକାଶେ ବିଧାନସଭା ପକ୍ଷରୁ ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲହେବ ଏବଂ ୭ଟାରେ ଯାଞ୍ଚ୍ ହେବ । ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ଆବଶ୍ୟକ ହେଲେ ସେହିଦିନ ଅପରାହ୍ନ ୧ଟା ୪ଟା ଯାଏ ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ ।

Related Posts