କୁମ୍ଭୀର ଆତଙ୍କ ରେ ଗ୍ରାମବାସୀ: ଦୀର୍ଘ ୮ଦିନଧରି ଗ୍ରାମର ନାଳ ରେ ଖେଳୁଛି କୁମ୍ଭୀର

କୁମ୍ଭୀର ଆତଙ୍କ ରେ ଗ୍ରାମବାସୀ । ଦୀର୍ଘ ୮ଦିନଧରି ଗ୍ରାମର ନାଳ ରେ ଖେଳୁଛି କୁମ୍ଭୀର । ସେପଟେ ସ୍କୁଲକୁ ଲାଗିକି ଥିବା ଏହି ନାଳରେ କୁମ୍ଭୀର ପ୍ରାଦୁର୍ଭାବରେ ଆତଙ୍କିତ ଛାତ୍ର ଛାତ୍ରୀ । ଏହି ନାଳରେ ଉପରେ ଶୌଚ ସ୍ନାନପାଇଁ ନିର୍ଭର କରୁଥିବା ଗ୍ରାମବାସୀ ହନ୍ତସନ୍ତ । ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା । ଏଭଳି ଏକ ଚିତ୍ର ସାମାନାକୁ ଆସିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ବହିରା ଗ୍ରାମରୁ ।

ଚଳିତ ବନ୍ୟାରେ ଏକ ଘଡିଆଳ କୁମ୍ଭୀର ଟିକରପଡା ରୁ ମହାନଦୀରେ ଭାସିଆସି ଏବେ ଆଶ୍ରୟ ନେଇଛି ବହିରା ଗ୍ରାମରେ ଥିବା ଏକ ନାଳରେ । ଆଉ ସେଇଟି ବି ପୁଣି ବହିରା ପ୍ରାଥମିକ ବିଦ୍ୟାଳୟର ପଛପଟେ ଥିବା ଏହି ନାଳରେ । ଯାହାକୁ ନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତ ଗ୍ରାମବାସୀ ଆତଙ୍କିତ ହୋଇପଡିଥିବାବେଳେ ନିତିଦିନ ସ୍ନାନ ଶୌଚ ନିମନ୍ତେ ନିର୍ଭର କରୁଥିବା ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ । ଦୀର୍ଘ ୮ ଦିନ ଧରି କୁମ୍ଭୀର ଟି ଏହି ନାଳ ର ବିଭିନ୍ନ ସ୍ଥାନରେ ଖେଳୂଥିବାବେଳେ କାହିଁକି ଏଠାରୁ ଏହାକୁ ଉଦ୍ଧାର କରାଯାଉନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହିତ ତୁରନ୍ତ କୁମ୍ଭୀର ଟିକୁ ଏଠାରୁ ସ୍ଥାନାନ୍ତରିତ କରିବାକୁ ଦାବୀ କରିଛନ୍ତି । ସେପଟେ ନନ୍ଦନ କାନନ ଗବେଷକ ବିଭିନ୍ନ ଉପକରଣ ମାଧ୍ୟମରେ ଯେପରି ଟ୍ରାନ୍ସମିଟର, ରେଡ଼ିଓ କୁଲର୍ ଦ୍ୱାରା କୁମ୍ଭିରକୁ ନଜରରେ ରଖିଛନ୍ତି ।

ବୌଦ୍ଧ ଅନୁଗୋଳ ଜିଲ୍ଲା ସୀମାନ୍ତରେ ଥିବା ଟିକରପଡା ଠାରେ ସରକାରଙ୍କସ୍ଥାପିତ କରି ଛନ୍ତି ଘଡିଆଳ କୁମ୍ଭୀର ପ୍ରଯୋଜନ କେନ୍ଦ୍ର । ଗତ କିଛିଦିନ ତଳେ ମହାନଦୀ ରେ ସୃଷ୍ଟିହୋଇଥିବା ବନ୍ୟାରେ ଟିକରପଡାରୁ ଉଠିଆସି ନଦୀ କୂଳ ଦେଇ ଏବେ ବହିରା ଗ୍ରାମର ନାଳ ରେ ଖେଳୁଛି ଏକ ୬ ଫୁଟ ଲମ୍ବର କୁମ୍ଭୀର । ସେପଟେ ବୌଦ୍ଧ ବନ ବିଭାଗ ଏବଂ ମହାନଦୀ ବନ୍ୟଜନ୍ତୁ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ଜଗିରହି କୁମ୍ଭୀର ର ଗତିବିଧି କୁ ନଜର ରଖିଥିଲେ ହେଁ କୁମ୍ଭୀର ଟିକୁ ଉଦ୍ଧାର କରୁନାହାଁନ୍ତି । ତେବେ କାହିଁକି କମ୍ଭୀର ଟିକୁ ଏଠାରୁ ଉଦ୍ଧାର କରାଯାଉନାହଁ ବୋଲି ପଚାରିବାରୁ ମୁହଁ ଖୋଲୁ ନାହାନ୍ତି କର୍ମଚାରୀ । ଗଭୀର ଜଳ ରେ ରହୁଥିବା କୁମ୍ଭୀର ଟି ଆଜକୁ ୮ ଦିନ ହେଲା ଏକ ନାଳରେ ରାହୁଥିବାବେଳେ ସେଠାରେ ଖାଇବା ପାଇଁ ନାହିଁ ଖାଦ୍ୟ । ଫଳରେ ଭୋକିଲା ଭାବେ କୁମ୍ଭୀରଟି ରହିଥିବା ଜଣାପଡିଛି । କମ୍ଭୀର ଭୟରେ ସ୍ଥାନୀୟ ଲୋକମାନେ ଯେତିକି ଭଞବିତ କୁମ୍ଭୀର ର ସୁରକ୍ଷା ନେଇ ବନ ବିଭାଗ ସେତିକି ତତପର ନଥିବା ଜଣାପଡିଛି ।

ତେବେ ରାଜ୍ୟରେ କୁମ୍ଭୀର ଆକ୍ରମଣରେ ଦିନକୁ ଦିନ ଅନେକ ଙ୍କ ଜୀବନ ଯାଉଥିବା ଖବର ସାମ୍ନନାକୁ ଆସୁଥିବାବେଳେ ତଥାପି କାହିଁକି ଏଠାରେ ଏହାର ବ୍ୟତିକ୍ରମ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ତୁରନ୍ତ କୁମ୍ଭୀର ଟିକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବୀ ହେଉଛି ।

Related Posts