ଡାକ୍ତର ହେବତ ଏମିତି; ୫ କିଲୋମିଟର ଯାଏ ରୋଗୀକୁ କାନ୍ଧରେ ବୋହିଲେ ଡାକ୍ତର

କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଯିଏ ନିଜର ସେବା ଦ୍ୱାରା ମଣିଷଙ୍କୁ ନୂଆ ଜୀବନ ଦେଇଥା’ନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ । ଖରାପ ରାସ୍ତା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଡାକ୍ତର କାନ୍ଧରେ ବୋହି ବୋହି ୫ କିଲୋମିଟର ଯାଏ ନେଇଥିଲେ।

ସୂଚନାଯୋଗ୍ୟ ଗତକାଲି ଜଣେ ଅନାଥ ବାଳକ କମୁଲୁ କିର୍ଷାନି ଅସୁସ୍ଥ ହୋଇପଡ଼ିବାରୁ ଗାଁ ଲୋକେ ଆରୋଗ୍ୟ ପ୍ଲସ ଟିମ୍‌କୁ ଖବର ଦେଇଥିଲେ। ଖବର ପାଇ ଡାକ୍ତରୀ ଟିମ୍ ପହଞ୍ଚିଥିଲେ। କମୁଲୁଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଆସି ନପାରିବାରୁ ୫ କିଲୋମିଟର ଦୂରରେ ରହିଥିଲା।

ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଡ୍ରାଇଭର କମୁଲୁଙ୍କୁ କାନ୍ଧରେ ବୋହି ବୋହି ବାଲିବାଡ଼ିରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ।  ଲୋକଙ୍କ ପାଇଁ ଏମିତି ମହତ କାର୍ଯ୍ୟ କରିଥିବା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ଲୋକେ।

Related Posts