କୁବେର ମାଲକାନଗିରି RW ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ରଖୁଥିଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର: କୁବେର ମାଲକାନଗିରି RW ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର | ଭିଜିଲାନ୍ସ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବାରେ ଲାଗିଛି | ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି | ସ୍ୱର୍ଗବାସୀ ଶାଶୁଙ୍କ ଆକାଉଣ୍ଟରେ ଯନ୍ତ୍ରୀ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା ଜମା କରୁଥିବା ସୂଚନା ମିଳିଛି | ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ୬୪ ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ବର୍ଷ ତଳୁ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇସାରିଛି। ତଥାପି ଆକାଉଣ୍ଟ ଚଳାଇଥିଲେ ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ୨୦୨୦ରୁ ୨୦୨୨ ମସିହା ଭିତରେ ୧୬ ଥରରେ ୬୪ ଲକ୍ଷ ଟଙ୍କା ଜମା ହୋଇଛି। ବ୍ୟାଙ୍କ ଯାଞ୍ଚରୁ ବର୍ତ୍ତିବା ପାଇଁ ସେ ଥରକେ ୨ ଲକ୍ଷରୁ କମ୍‌ ଜମା କରୁଥିଲେ। ଏହାଛଡ଼ା ସମ୍ପର୍କୀୟ, ସହାୟକ, କେୟାର ଟେକରଙ୍କ ନାଁରେ ମଧ୍ୟ ଜମା ହୋଇଛି। ଏକଥାକୁ ନିଜେ ମାନିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଯାଞ୍ଚ ବେଳେ ୯ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଏବେ ବେନାମି ସମ୍ପତ୍ତିର ଯାଞ୍ଚ କରାଯାଉଛି। ଗିରଫ ଯନ୍ତ୍ରୀ ଆଶିଷ ଦାସଙ୍କୁ ରିମାଣ୍ଡରେ ଆଣି ବେନାମି ସମ୍ପତ୍ତି ଠାବ ପ୍ରକ୍ରିୟା ଜାରି ରହିଛି |

Related Posts