ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ରେଡ୍: ୭ ଗିରଫ

ମୟୂରଭଞ୍ଜ: ବାଘ ଚମଡ଼ା ବିକ୍ରି ପାଇଁ ଚାଲିଥିବା ଡିଲ୍ | ହଟାତ ଝାମ୍ପ ମାରିଲା ବନବିଭାଗ | ଏଥିରେ ୭ ଜଣଙ୍କୁ ଧରିଲା ବନ ବିଭାଗ । ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଏହି ରେଡ୍ ହୋଇଛି। ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ। ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।

ମଧ୍ୟପ୍ରଦେଶସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅଧିକାରୀ କୌଣସି ସୂତ୍ରରୁ ଖବରପାଇ ଏହି ଚଢ଼ାଉ କରିଥିଲେ। ଚମଡ଼ା କାରବାର ପାଇଁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।

ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଜବତ ଚମଡାର ଲମ୍ବ ସାଢେ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ହେବ। ଉକ୍ତ ବାଘ ଚମଡ଼ାକୁ ଜବତ କରିବାପରେ ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।

Related Posts