କଟକ ସାଇବର ଥାନାକୁ ମିଳିଛି ସଫଳତା : ସିମ୍ ବନ୍ଦ ହୋଇଯିବା କହି ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ଯୁବକ କୁ ଗିରଫ କଲା ପୋଲିସ

ରାଜ୍ୟରେ ବଢ଼ିବାକୁ ଲାଗିଛି ସାଇବର ଠକଙ୍କ କାରନାମା । ଏନେଇ ଅନେକ ସମୟରେ ଅଭିଯୋଗ ଆସିବାକୁ ଲାଗିଛି । ସାଧାରଣ ଲୋକଙ୍କ ସରଳତାର ଫାଇଦା ଉଠାଇ ଲୁଟି ବାରେ ଲାଗିଛନ୍ତି ଠକ୍ । ତେବେ ଏହାରି ମଧ୍ୟରେ କଟକ ସାଇବର ଥାନାକୁ ମିଳିଛି ସଫଳତା । ସାଧାରଣ ଲୋକ ମାନଙ୍କୁ ଫୋନ କରି ସାଇବର ଠକେଇ କରୁଥିବା ଜଣେ ସାଇବର ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ ।ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ବରର ଦିପକ ଦାସ ।

ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ୍ ଟଙ୍କା, ୧୧ଟି ମୋବାଇଲ ଫୋନ, ୧୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ସିମ୍ କର୍ଡ଼ ଜବତ କରିଛି ସାଇବର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ସାଇବର ଠକେଇ କରୁଥିବା ଜଣା ପିଡିଛି ।

ଅଭିଯୁକ୍ତ ଜଣଙ୍କ ଗତ ୨୮ ତାରିଖରେ କଟକର ଜଣେ ବ୍ୟକ୍ତିଙ୍କୁ ଫୋନ କରି ତାଙ୍କ ସିମ୍ ବନ୍ଦ ହୋଇଯିବ ବୋଲି କହି ଦୁଇଟି ଆପ ଡାଉନଲୋଡ କରିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସେହି ଆପ ଦୁଇଟି ଆକ୍ଟିଭ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଯାଇଥିଲା ।

ତେବେ ବ୍ୟକ୍ତି ଜଣଙ୍କ ସାଇବର ଠକାମିର ଶିକାର ହୋଇଥିବା ଜାଣିବା ପରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଆଉ କୋଉଠୁ କେଉଁଠୁ କେତେ ଟଙ୍କା ଠକିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି।

Related Posts