କେରଳର ମାଲ୍ଲାପୁରମ୍ ପୁଙ୍ଗଡୁ ଫୁଟବଲ ଗ୍ରାଉଣ୍ଡରେ ଅଘଟଣ: ଭୁଶୁଡ଼ି ପଡ଼ିଲା ଷ୍ଟାଡିୟମ ଗ୍ୟାଲେରୀ, ୨୦୦ରୁ ଅଧିକ ଲୋକ ଆହତ

କେରଳର ମାଲ୍ଲାପୁରମ୍ ରେ ଘଟିଛି ଅଘଟଣ। ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଫଳରେ ଏଥିରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହାତ ମାନଙ୍କ ମଧ୍ୟରୁ ୧୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଶନିବାର ରାତିରେ କେରଳର ମାଲ୍ଲାପୁରମ୍ ରେ ଏହି ଘଟଣା ଘଟିଛି। ଚାହୁଁ ଚାହୁଁ ହଠାତ୍ ପୁଙ୍ଗଡୁ ଫୁଟବଲ ଗ୍ରାଉଣ୍ଡର ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା। ଏପରିକି ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ ଟାୱାର ମଧ୍ୟ ଭାଙ୍ଗି ପଡ଼ିଥିଲା। ଏହା ସିଧା ଲୋକଙ୍କ ଉପରେ ଭାଙ୍ଗିପଡ଼ିଥିଲା। ଆହତଙ୍କ ମଧ୍ୟରେ ଅଧିକାଂଶ କିଶୋର ଓ ଯୁବକ ଅଛନ୍ତି। ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ୨ଟି ଅଞ୍ଚଳିକ ଟିମ୍ ମଧ୍ୟରେ ମ୍ୟାଚ୍ ବେଳେ ଏହି ଅଘଟଣ ଘଟିଥିଲା।

ଆହତ ମାନଙ୍କୁ ମାଞ୍ଜେରୀ ସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମ୍ୟାଚ୍ ଠିକ୍ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା। ପୂର୍ବ ରାତିରେ ସେହି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବାର ଏହା ଏକ ପ୍ରମୁଖ କାରଣ ବୋଲି ଅନୁମାନ କରାଯାଉଛି। କେରଳର ମାଲ୍ଲାପୁରମରେ ଚାଲୁଥିବା ସେଭେନ୍ସ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଏହି ଅଘଟଣ ଘଟିଛି।

Related Posts